ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ଯୋଗଦେଇ ସ୍ବାସ୍ଥ୍ୟ ହିଁ ସମ୍ପଦ ବିଷୟରେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ମୁଖ୍ୟ ବ୍ୟକ୍ତା ଭାବରେ ବୌଦ୍ଧ ସ୍ୱାଭିମାନ ଟ୍ରଷ୍ଟ ତଥା ପତଞ୍ଜଳୀ ଯୋଗ ସମିତିର ସଭାପତି ଦେବାଶିଷ ପୁରୋହିତ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ କିପରି ନିଜ ଶରୀରକୁ ନିରୋଗ ରଖିବା ସଙ୍ଗେ ସଙ୍ଗେ ନିଜର ମାନସିକ ବିକାଶ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ। ୧୯୫୦ ମସିହାଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଦ୍ଵାରା ଆୟୋଜିତ ହୋଇ ଆସୁଥିବା ଏହି ବିଶ୍ଵ ସ୍ବାସ୍ଥ୍ୟ ଦିବସର ଆଭିମୁଖ୍ୟ ଓ ଏ ବର୍ଷର ବିଷୟ ବସ୍ତୁ” ଏକ ପକ୍ଷ ପାତ ବିହୀନ ସ୍ବାସ୍ଥ୍ୟବାନ ବିଶ୍ଵ ଗଠନ” ବିଷୟ ରେ ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀ ଯୁକ୍ତ ଦାସ ପ୍ରାଞ୍ଜଳ ଭାବରେ ଆଲୋଚନା କରି ଏହି ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ କିପରି ମୁକାବିଲା କରାଯାଇ ପାରିବ ସେ ଉପରେ ଗୁରୁତ୍ଵ ଆରୋପ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଛାତ୍ରଛାତ୍ରୀମାନେ ଯୁବ ରେଡକ୍ରସର ଲକ୍ଷ୍ୟ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଶପଥ ନେଇଥିଲେ। ଏହି ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍ଵେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ପ୍ରଦ୍ରୁମ୍ନ ବନମାଳୀ।

Udyog Nursery
Udyogi Nursery

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.