କୋଭିଡ ସୁରକ୍ଷା ନିୟମକୁ କଡାକଡି ପାଳନ ପାଇଁ ଜିଲ୍ଳା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

କୋଭିଡ-୧୯ ନିର୍ଦ୍ଦେଶାବଳୀ ଉଂଲଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ -ଏସ.ପି.

ରାୟଗଡ, (ଶିବ ନାରାୟଣ ଗୈାଡ): ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ରାଜ୍ୟ ପୋଲିସ ବିଭାଗକୁ ଆଜି ଏପ୍ରିଲ ୭ତାରିଖ ଠାରୁ ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ସାଧାରଣ ଜନତା ପାଳନ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Omkar Vasthu
Omkar Vasthu


ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପ୍ରକାରେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଜିଲ୍ଳା ପୋଲିସ ପକ୍ଷରୁ ଜିଲ୍ଳାର ସମସ୍ତ ଥାନା ଅଂଚଳରେ କୋଭିଡ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଏବଂ ସଚେତନତା ସୃଷ୍ଟି କରାଯିବା ସହ କୋଭିଡ ନିୟମ ଉଂଲଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି । ରାୟଗଡ ସହରର ସ୍ଥାନୀୟ ଡିଆଇବି ଛକ ଠାରେ ଆଜି ଜିଲ୍ଳା ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ମାସ୍କ ସହ ଡବଲ ହେଲମେଟ୍ ଯାଂଚ କଡାକଡି କରାଯାଇଥିବା ବେଳେ ଏସ.ପି. ବିବେକାନନ୍ଦ ଶର୍ମା ନିଜେ ଚାଲି ଚାଲି ୩୨୬ନମ୍ବର ଜାତୀୟ ରାଜପଥ କଡରେ ବସୁଥିବା ଉଠା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିିଭିନ୍ନ ମିଠା ଷ୍ଟଲ, ସପିଂ ମଲ୍ ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ କରିବା ସହ ଆବଶ୍ୟକ ସ୍ଥଳେ ଦୋକାନ ସିଲ୍ କରାଯିବ ବୋଲି ଚେତାବନୀ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ପରେ ଏସ.ପି. ଶ୍ରୀ ଶର୍ମା ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ରାୟଗଡ ମୁଖ୍ୟ ଶାଖା କାର୍ଯ୍ୟାଳୟକୁ ଯାଇ କୋଭିଡ ନିୟମ ପାଳନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବ୍ୟାଙ୍କ ଭିତରେ ସାମାଜିକ ଦୂରତାକୁ ଏବଂ ମାସ୍କ ପରିଧାନ କରି ନ ଥିବା ଗ୍ରାହକମାନଙ୍କୁ ଏସ.ପି. ଶ୍ରୀ ଶର୍ମା ସଚେତନ କରିଥିବା ବେଳେ ଆସନ୍ତାକାଲି ଠାରୁ ବ୍ୟାଙ୍କରେ କୋଭିଡ ନିୟମ ମାନି ଚଳିବାକୁ ବ୍ୟାଙ୍କ କର୍ତୁପକ୍ଷଙ୍କୁ ତାଗିଦ କରିଥିଲେ ।

Udyog Nursery
Udyogi Nursery


ପରେ ଏସ.ପି. ଶ୍ରୀ ଶର୍ମା ମୁଖ୍ୟ ବଜାରରେ ଥିବା ବିଭିନ୍ନ ଲୁଗା ଦୋକାନ, ସୁନା ଦୋକାନ, ଇଲେକ୍ଟ୍ରିକଲ୍ସ ଦୋକାନ ଏବଂ ଅନ୍ୟାନ୍ୟ ଦୋକାନଗୁଡିକକୁ ଯାଇ ଗ୍ରାହକଙ୍କୁ ମାସ୍କ ପରିଧାନ କରି ଆସିବା ସହ ବ୍ୟବସାୟୀମାନେ ନିଜ ଦୋକାନରେ କମ ସଂଖ୍ୟକ କର୍ମଚାରୀରେ ସାମାଜିକ ଦୂରତା ବଜାୟ ରଖି ବ୍ୟବସାୟ କରିବା ଏବଂ ଗ୍ରାହକଙ୍କ ପାଇଁ ୬ଫୁଟ ବ୍ୟବଧାନରେ ଚିହ୍ନ କରି କୋଭିଡ ନିୟମ ପ୍ରକାରେ ବ୍ୟବସାୟ କରିବା ପାଇଁ କହିଥିଲେ । ଏସ.ପି. ଶ୍ରୀ ଶର୍ମା ଯାଂଚ କରିବା ବେଳେ ଅନେକ ଦୋକାନରେ ଗ୍ରାହକଙ୍କ ଗହଳି ରହିଥିବାରୁ କୋଭିଡ ନିୟମ ଉଂଲଘନ ଅଭିଯୋଗରେ ବ୍ୟବସାୟୀମାନଙ୍କ ଉପରେ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମାସ୍କ ପିନ୍ଧି ନ ଥିବା ୭୧ଜଣ ଅମାନିଆଙ୍କ ଠାରୁ ୪୯,୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।


ରାୟଗଡ ଜିଲ୍ଳାରେ ତଥା ଜିଲ୍ଳା ସଦର ମହକୁମାରେ ବର୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିବା ବେଳେ ସମସ୍ତଙ୍କ ସହଯୋଗ ରହିଲେ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନରେ ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସ.ଆଇ. ଶିବଶଙ୍କର ସାହୁ, ଚିତରଂଜନ ମହାନ୍ତି, ଏଏସଆଇ କୈଳାସ ଚନ୍ଦ୍ର ବେହେରା, ପି.ରାବଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.