ବିମ୍ବାଧର ହାଇସ୍କୁଲ ଓ କର୍ଲାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଭବାନୀ ଶଙ୍କର ନିଆଲ

ବିମ୍ବାଧର ସରକାରୀ ଉଚ୍ଚ ବିଦ୍ୟାଳୟ କର୍ଲାପଡା ଠାରେ ମୋ ସ୍କୁଲ ଅଭିଯାନର ପ୍ରଥମ ବୈଠକ

କଳାହାଣ୍ଡି: ଭବାନୀପାଟଣା ବ୍ଲକ କର୍ଲାପଡା ସ୍ଥିତ ବିମ୍ବାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ। ଏହି ଅବସରରେ ଶ୍ରୀଯୁକ୍ତ ନିଆଲଙ୍କୁ ବିମ୍ବାଧର ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu


କିଛି ଦିନ ତଳେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ ଶ୍ରୀଯୁକ୍ତ ନିଆଲ। ମୋ ସ୍କୁଲ ଅଭିଯାନ ପକ୍ଷରୁ ଚାଲୁଥିବା ଏହି କାର୍ଯ୍ୟକ୍ରମର ଆଜି ପ୍ରଥମ ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା କର୍ଲାପଡା ବାସୀ ଉପସ୍ଥିତ ରହି ଶ୍ରୀଯୁକ୍ତ ନିଆଲଙ୍କୁ ସମ୍ବର୍ଦ୍ଧିତ କରିବାସହ ସାଧୁବାଦ ଜ୍ଞାପନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାହାଦୁର ସାଗରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଭବାନି ଶଙ୍କର ନିଆଲ, ସମ୍ମାନିତ ଅତିଥି ଭାବେ ପୁରାତନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କର୍ଲାପଡା ସରପଞ୍ଚ ମଧୁସ୍ମିତା ପ୍ରଧାନ, ଛେଲିଆମାଲ ସରପଞ୍ଚ ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଚାରୁଚନ୍ଦ୍ର ପ୍ରଧାନ, ପୁରୁଣା ଛାତ୍ର ସୁଧାଂଶୁ ଶେଖର ପ୍ରଧାନ, ଭୀମସେନ ବାଗ ଏବଂ ଦୁର୍ଯ୍ୟୋଧନ ପ୍ରଧାନ ଯୋଗଦେଇଥିଲେ।

Udyog Nursery
Udyogi Nursery

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପତି ପ୍ରଧାନ, ବୀର ନାଏକ, ଶୁକୃ ଯାନୀ, ପ୍ରଫୁଲ କୁମାର ବାଗ, ନିରଞ୍ଜନ ଟକରିଆ, ପୁରଂଜିତ ବାଗ, କାମଦେବ ବେଶ୍ରା, କୁମର ମଣି ପ୍ରଧାନ, ଭୁବନେଶ୍ୱର ସାହୁ, ନୀଳାମ୍ବର ସାହୁ, କୈଳାଶ ସାହୁ, ସୁବାସ ଚନ୍ଦ୍ର ଦାଶ, ଅମରଜିତ, ସ୍ୱପ୍ନା ସେଠୀ, ସୁନୟନା ଦାସ, ସୁକାନ୍ତି ପାଢ଼ୀ, ସୁନନ୍ଦା ସାଗର, ଡମ୍ବରୁଧର ବାଗ, ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।


ଏହି ଅବସରରେ ଶ୍ରୀଯୁକ୍ତ ନିଆଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସେ ଭବାନୀପାଟଣା ବ୍ଲକର ଧବଳେଶ୍ଵର ହାଇସ୍କୁଲ ଦେପୁର ଏବଂ ବିମ୍ବାଧର ହାଇସ୍କୁଲ କର୍ଲାପଡାକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛି। ଏହି ବିଦ୍ୟାଳୟରେ କିଭଳି ଭିତ୍ତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ପ୍ରଦାନ କରାଯିବ। ବିଦ୍ୟାଳୟର ଭିତ୍ତିଭୂମି ତଥା ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ସହ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଫୋକସ ରହିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


ଏଠାରେ ସୂଚନାଯୋଗ୍ୟ ଯେ, ସମାଜସେବା କ୍ଷେତ୍ରରେ ଶ୍ରୀଯୁକ୍ତ ନିଆଲଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ ଅବସ୍ଥାପିତ ହୋଇଥିବାବେଳେ ମହୁରୀ ସମେତ ଅନେକ ପତ୍ର ପତ୍ରିକାର ସଂପାଦନା ସହ ଜଡ଼ିତ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଭବାନୀଶଙ୍କରଙ୍କ ଅନେକ କବିତା ବିଦେଶୀ ଭାଷାରେ ଅନୁଦିତ ହୋଛି ତାଙ୍କୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚିତି ଆଣିଦେଇଛି। ଭବାନୀପାଟଣା ବ୍ଲକର ଏହି ଦୁଇଟି ପୁରାତନ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଶ୍ରୀଯୁକ୍ତ ନିଆଲଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସାଧୁବାଦ ପ୍ରଦାନ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.