ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିକଲା ନର୍ଲା ବ୍ଲକ ଡମ୍ ସମାଜ

କଳାହାଣ୍ଡି: କାର୍ଯ୍ୟରତ ସାମ୍ବାଦିକ ଅଭିରାମ ନନ୍ଦଙ୍କୁ ଜଣେ କଥା କଥିତ ସବର୍ଣ୍ଣ ଯୁବକ ଜାତିଆଣ ଆକ୍ଷେପ, ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଧକ୍କା ମାରିବା ଘଟଣାକୁ ତିବ୍ର ନିନ୍ଦା କରିଛି ନର୍ଲା ବ୍ଲକ ଡମ୍ ସମାଜ। ନର୍ଲା ବ୍ଲକ ଡମ୍ ସମାଜ ସଭାପତି ରଜନୀ କୁମାରଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ନର୍ଲା ଥାନାକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଯୁବକମାନଙ୍କୁ ତୁରନ୍ତ ଗିରଫ ଦାବି କରିଛି ଡମ୍ ସମାଜ। ଯଦି ଦୋଷିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଡମ୍ ସମାଜ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, ସାମ୍ବାଦିକ ଅଭିରାମ ନନ୍ଦ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ନର୍ଲା ଶାଖାର ସଭାପତି ଭାବେ କାର୍ଯ୍ୟରତ। ଏହାସହ କଳାହାଣ୍ଡି ଜିଲ୍ଲା ଡମ୍ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ସେ ସମାଜସେବା କରିଆସୁଛନ୍ତି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କଥାକଥିତ ଏହି ସବର୍ଣ୍ଣ ଯୁବକ ମାନେ ହଇରାଣ ହରକତ କରି ଆସୁଥିବା ସେ ପ୍ରକାଶ କରିଛନ୍ତି। ତେବେ ଏକ ଭିଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ବୁଝିବାକୁ ଯାଇଥିବା ସମୟରେ ମୁଣ୍ଡାପଲା ଗାଁର ଧନୁର୍ଯ୍ୟ ସାହୁ ତାଙ୍କୁ ଜାତିଆଣ ଆକ୍ଷେପ, ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଧକ୍କା ମାରିଥିଲେ। ଏନେଇ ଶ୍ରୀଯୁକ୍ତ ନନ୍ଦ ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ଧନୁର୍ଯ୍ୟ ସାହୁ, ଚିନ୍ତାମଣି ନାଏକ ଓ ରଞ୍ଜନ କୁମାର ମହାନ୍ତିଙ୍କ ନାମରେ ନର୍ଲା ଥାନାରେ କେସ ନଂ ୭୭ ଆଇପିସି ୧୮୬୦ ଧାରା ୨୯୪, ୩୪୧, ୩୨୩, ୫୦୬, ୩୪ ସହ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ଧାରା ୬୬ (ଏ) ଏବଂ ଏଟ୍ରୋସିଟିଜ୍ ଆକ୍ଟ ୧୯୮୯ (ଆମାଣ୍ଟମେଣ୍ଟ ୨୦୧୫) ଧାରା ୩(୨) (ଭିଏ)ରେ ଏକ ମାମଲା ରୁଜୁ ହୋଇଛି। ତେବେ ଏତଲା ଦାଏର ହେବାର ତିନି ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଡମ୍ ସମାଜ। ଥାନାର ଦାବିପତ୍ର ପ୍ରଦାନ ସମୟରେ ନର୍ଲା ବ୍ଲକ ଡମ୍ ସମାଜ ସଭାପତି ରଜନୀ କୁମାର, ସଂପାଦକ କିଚକ ହରପାଲ, ଡମ୍ ସମାଜ ଶିକ୍ଷକ ସଂଘ ଆବାହକ ବଲ୍ଲବ ନିଆଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୈାତୁକ ଖମାରୀ, ନର୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପବିତ୍ର କୁମାରଙ୍କ ସହ ନବୀନ ନିଆଲ, ମନୋହର ନାଏକ, ପର୍ଶୁ କୁମାର, ଭୁପିନ ନାଏକ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.