ନକଲି କାଗଜପତ୍ରରେ ଚାଲିଛି ରାଇସ ମିଲ !, ଡିକ୍ଲାରେସନ ଓ କ୍ୟାପାସିଟିରେ ମିଥ୍ୟା ତଥ୍ୟ

ସରକାରଙ୍କୁ ଭୁଆଁ ବୁଲେଇବାକୁ ଅପଚେଷ୍ଟା କରିଥିବା ନେଇ ହେଉଛି ଚର୍ଚ୍ଚା: ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ନୂଆପଡା: ନୂଆପଡା ସଦର ବ୍ଲକ ଗୋତମା ସ୍ଥିତ ଜୈ ନାନେଶ ରାଇସ ଇଣ୍ଡଷ୍ଟ୍ରି ଜାଲ କାଗଜପତ୍ରରେ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ଏଥିରେ ଡିକ୍ଲାଲାରେସନ ଓ ରାଇସ ମିଲ କ୍ୟାପାସିଟିରେ ମିଥ୍ୟା ତଥ୍ୟ ଦେଇ ରାଇସ ମାଲିକ ମିଲ ଚଳାଉ ଥିବା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହେଉଛି। ସୂଚନା ଆଧାରରେ ଗତ ୨୦୦୪ରେ ଗୋତମା ଠାରେ ଜୈ ନାନେଶ ରାଇସ ମିଲ ସ୍ଥାପନ ହୋଇଥିଲା। ସଦର ତହସିଲ ଅଧୀନ ମୌଜା ଖାତା ନଂ. ୩୪୫/୪୧୮, ପ୍ଲଟ ନଂ ୯୪୦/୨୬୧୩ ଓ ୨୬୧୩/୨୬୨୨ ରେ ରାଇସ ମିଲ ଅବସ୍ଥାପିତ ରହିଥିବା ବେଳେ ରାଇସ ମିଲ ମାଲିକ ଖାତା ନ ୩୪୫/୬୩୫, ପ୍ଲଟ ନ ୬୩୯/୨୬୧୯ ରେ ରାଇସ ମିଲ ରହିଥିବା ଡିକଲାରେସନ ରେ ଦର୍ଶାଇଛନ୍ତି। ସେହିପରି ରାଇସ ମିଲ ଅବସ୍ଥାପିତ ଜମି ଯେଉଁ ବ୍ୟକ୍ତିଙ୍କ ନାଁରେ ରହିଛି, ଉକ୍ତ ବ୍ୟକ୍ତି ମିଲର କୌଣସି ଅଂଶୀଦାର ନୁହନ୍ତି। ସରକାରୀ ଟଙ୍କାକୁ ଉପଭୋଗ କରିବାର ମନ୍ଦ ଉଦେଶ୍ୟ ନେଇ ମିଥ୍ୟା ପ୍ଲଟ ଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ଅନୁପାତ ଲାଭ ପାଇବା ସହିତ ଏକ ନୂତନ ମିଲ, ଲିଜ ହୋଲଡ଼ର ମିଲ ଭାବେ ବ୍ୟବହାର ନ କରିବାକୁ ଏଭଳି କରିଥିବା ଅଭିଯୋଗ ହୋଇଛି। କେ ଏମ ଏସ ୨୦୨୧, ପାରା ୨୦, ପଏଣ୍ଟ ନଂ. ୨୦.୧ ଅନୁସାରେ ଶତପ୍ରତିଶତ ସିକ୍ୟୁରିଟି ଦେବା ପରେ ହିଁ ଲିଜ ଧାରୀ ମିଲର ମାନକୁ କଷ୍ଟମ ମିଲ ପାଇଁ କମ୍ପୋରେସନ ଅନୁମତି ଦେଇଥାଏ। ସେହିପରି ରାଇସ ମିଲର ମିଲିଙ୍ଗ କ୍ଷମତାରେ ମଧ୍ୟ ମିଥ୍ୟା ସତ୍ୟପାଠ ଦେଇଥିବା ଜଣାପଡିଛି। ଅଧିକା ମିଲିଙ୍ଗ କ୍ଷମତା ଦେଖାଇବା ଦ୍ୱାରା ଅଧିକ ଧାନ ସଂଗ୍ରହ ପାଇଁ ଅଂଶ ଆବଣ୍ଟନ ମିଳିଥାଏ ବୋଲି ଅଭିଯୋଗ ହୋଇଛି। ବର୍ତମାନ ମିଲ ଅବସ୍ଥିତ ଥିବା ପ୍ରକୃତ ଜମି ମିଲ ମାଲିକଙ୍କ ସହାଭାଗୀ ମାନଙ୍କ ମଧ୍ୟରେ ଅଂଶୀଦାର ନୁହନ୍ତି। ବର୍ତମାନ ମିଲିଙ୍ଗ ଦେଖାଉଥିବା ମିଥ୍ୟା ପ୍ଲଟକୁ ଘରବାରି ପ୍ଲଟରେ ରୂପାନ୍ତରିତ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଉକ୍ତ ସ୍ଥାନରେ କୌଣସି ମିଲ ପରିଚାଳିତ ହେଉନାହିଁ। ଏହି ମିଲ ର ବଏଲର କ୍ଷମତା ୨ଟନ ବିଶିଷ୍ଠ ହୋଇ ଥିବା ବେଳେ ଡ୍ରାୟେର ୪୦ ଟନ କ୍ଷମତା ବିଶିଷ୍ଠ ରହିଛି। ଏଥିରେ ମୋଟ ୧୦ଟି ଟ୍ୟାଙ୍କ ରହିଥିବା ବେଳେ ପ୍ରତେକ ଟାଙ୍କି ୪ ଟନ ବିଶିଷ୍ଠ ରହିଛି। ତେବେ ପ୍ରତି ୮ ଘଣ୍ଟାରେ ୫୬ ଟନ ଧାନ ପ୍ରୋସେସିଂ କରିବାକୁ ଦାବୀ କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଯାହା କି ସମ୍ଭବ ନୁହେଁ ଓ ଏହା ମିଥ୍ୟା ଘୋଷଣା ବୋଲି ଅଭିଯୋଗ କରିଛନ୍ତି। ବିଗତ ଦିନରେ ଜିଲ୍ଲାର ଅନେକ ରାଇସ ମିଲ ମିଥ୍ୟା ଘୋଷଣା କରି ସରକାରଙ୍କ ବହୁ କୋଟି ଟଙ୍କା ଆତ୍ମସାତ କରିଛନ୍ତି। ଏବେ ପୁଣି ଜିଲ୍ଲାର ରାଇସ ମିଲର୍ସ ମାନେ ମିଥ୍ୟା ସତ୍ୟ ପାଠ ଦାଖଲ କରି ସରକାରୀ ଅର୍ଥକୁ ହଡପ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଣୁ ଏହାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀ ମିଲର୍ସଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି। ଏ ନେଇ ସି.ଏସ.ଓ. କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ଏ ବିଷୟ ରେ ମୋ ପାଖରେ କୌଣସି ଖବର ନାହିଁ ଓ ଏହା ଉପରେ ଆବଶ୍ୟକ ତଦନ୍ତ କରିବେ ବୋଲି କହିଥିଲେ।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.