କରୋନାର ଦ୍ୱିତୀୟ ଲହରରେ ଟାଣି ହେଉଛି ରାୟଗଡ ଜିଲ୍ଳା

୬ଦିନରେ ୧୧୧ଜଣ ନୂଆ ସଂକ୍ରମିତ ଚିହ୍ନଟ

କୋଭିଡ ନିୟମ ପାଳନ କରିବା ପାଇଁ ଜିଲ୍ଳାବାସୀଙ୍କୁ ଜିଲ୍ଳାପାଳଙ୍କ ନିବେଦନ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାର ଦ୍ୱିତୀୟ ଲହରରେ ଟାଣି ହେଉଛି ରାୟଗଡ ଜିଲ୍ଳା । ଗତ ୬ ଦିନରେ ଜିଲ୍ଳାରେ ୧୧୧ଜଣ ନୂଆ ପଜିଟିଭ୍ ରୋଗୀ ଚିହ୍ନଟ ହୋଇସାରିଥିବା ବେଳେ ୧୨୪ ଜଣ ସକ୍ରିୟ ରୋଗୀ ରହିଥିବା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଯାହାକି ଜିଲ୍ଳା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଜିଲ୍ଳାରେ ୪୭ଜଣ ନୂଆ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ଗୁଣପୁର ସହରରୁ ୪ଜଣ, କାଶିପୁରରୁ ୨ଜଣ, ମୁନିଗୁଡା ଓ ରାୟଗଡ ବ୍ଳକରୁ ଜଣେ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ରାୟଗଡ ସହରରେ ସର୍ବାଧିକ ୩୯ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୮ଜଣ ପୁରୁଷ ଓ ୧୯ଜଣ ମହିଳା ସଂକ୍ରମିତ ରୋଗୀ ରହିଛନ୍ତି । କଂଟାକ୍ଟ ଟ୍ରେସିଂରୁ ୯ଜଣ, ଆଇଏଲଆଇ/ସାରି ଲକ୍ଷଣ ଥିବା ୭ଜଣ ଚିହ୍ନଟ ହୋଇଥିବା ବେଳେ ୨ଜଣ ରୋଗୀଙ୍କ ଗସ୍ତ ତଥ୍ୟ ମିଳିଥିବା ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ୪୫ଜଣ ହୋମ କ୍ୱାରେନଟାଇନରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଆଜି ରାୟଗଡ ସହରର ସରକାରୀ ବାଳିକା ହାଇସ୍କୁଲ ନିକଟସ୍ଥ ସାଇ ଅମୃତା ଏଭିନ୍ୟୁ ଆପାର୍ଟମେଂଟରେ ଦୁଇଜଣ ରୋଗୀ ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଉକ୍ତ ଆପାର୍ଟମେଂଟକୁ ଆଜି ଏପ୍ରିଲ ୧୦ତାରିଖରୁ ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହକ ପାଇଁ କନଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହ ରାୟଗଡ ଉପଜିଲ୍ଳାପାଳଙ୍କ ତତ୍ୱାବଧାନରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନିସ୍ତାର କରାଯାଇ ସେଠାରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ଯୋଗାଇବାକୁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ରାୟଗଡ ଜିଲ୍ଳାରେ ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଗଲେ ସୁଦ୍ଧା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ନିହାତି ଜରୁରୀ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳାବାସୀ ସମସ୍ତେ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ମାନି ଚଳିବା ସହ ବାହାରକୁ ବାହାରିଲେ ସର୍ବଦା ମାସ୍କ ବ୍ୟବହାର କରିବା, ନିୟମିତ ହାତକୁ ସାବୁନରେ ଧୋଇବା ସହ ସାନିଟାଇଜର ବ୍ୟବହାର କରିବା ଏବଂ ଜନଗହଳି ସ୍ଥାନଗୁଡିକରୁ ନିଜକୁ ଦୂରେଇ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ବୟସ୍କ ନାଗରିକ ଏବଂ ଛୋଟ ପିଲାଙ୍କୁ ଅଯଥାରେ ଘରୁ ବାହାରକୁ ନ ଆଣିବା ପାଇଁ ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ନିବେଦନ କରିଛନ୍ତି ।

Udyog Nursery
Udyogi Nursery


ଲକଡାଉନକୁ ଏଡାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଥିବା ବେଳେ ବେପାରୁଆ ଭାବେ ଭିଡ ଜମେଇବା ଏବଂ କୋଭିଡ ନିୟମ ଉଂଲଘନ କରିବା ଦ୍ୱାରା ପରିସ୍ଥିତି ସାଂଘାତିକ ଅବସ୍ଥାକୁ ଫେରିଯିବ ଫଳରେ ସଂକ୍ରମିତଙ୍କ ସଂଖ୍ୟାକୁ ବ୍ରେକ୍ ଲଗାଇବା କଷ୍ଟକର ହୋଇପଡିବ ତେଣୁ ସମସ୍ତେ କୋଭିଡ ନିର୍ଦ୍ଦେଶାବଳୀ ମାନି ଚଳିବାକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ସେହିପରି ମାସ୍କ ବ୍ୟବହାର ନ କଲେ ଜୋରିମାନା ଦୁଇଗୁଣା ଅଧିକା କରାଯିବା ଫଳରେ ଜଣେ ଅମାନିଆଙ୍କୁ ଏଥର ୨ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ମଧ୍ୟ ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.