ପାନୀୟ ଜଳ ସଂକଟ: ପାଣି ପାଇଁ ଯିବାକୁ ପଡୁଛି ୨ କିମି ଦୂର, ପଡୋଶୀ ଗାଁ ପାଲଟିଛି ସାହାରା

ସୌର ଶକ୍ତି ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ସଚଳ କରାଇବା ପାଇଁ ଉଠିଲା ଦାବି

ବୌଦ୍ଧ: ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତ କୃଷ୍ଣମୋହନପୁର୍ ଗ୍ରାମବାସୀ ରୋଷେଇ ଓ ପିଇବା ପାଣି ପାଇଁ ଦୁଇ କିଲୋମିଟର ଦୂରରେ ଥିବା ପଡୋଶୀ ଗ୍ରାମ କେଳାକଟାକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣମୋହନପୁର୍‌ ଗ୍ରାମରେ ଥିବା ଦୁଇଟି ନଳକୂପ ଓ ଗୋଟିଏ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି । ଗ୍ରାମ ପଞ୍ଚାୟତ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଓ ଗ୍ରାମରେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ହେତୁ ପଡୋଶୀ ଗ୍ରାମ କେଳାକଟା ଉପରେ ପାଣି ଟିକିଏ ପାଇଁ ନିର୍ଭର କରିବାକୁ ପଡୁଛି । କେଳାକଟା ପ୍ରାୟ ୨ କିଲୋମିଟର ଦୂରରେ ଥିବା ଯୋଗୁଁ ମହିଳାମାନେ ଚାଲି ଚାଲି ମୁଣ୍ଡରେ ଗରା ଓ ହାତରେ ବାଲଟି ବୋହି ଆସୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମର ଅଚଳ ନଳକୂପ ଓ ସୌର ଶକ୍ତି ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ସଚଳ କରାଇବା ପାଇଁ ଜନସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.