କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ଯୁବ ଶିକ୍ଷକ ବୃହସ୍ପତି ଭୋଇ (ମଣ୍ଟୁ )କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛିl ସେ ଗତକିଛି ଦିନ ତଳେ ବିଶାଖାପାଟଣାକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ କରୋନା ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବ୍ରହ୍ମପୁର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସ୍ଥିତ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ସ୍ବର୍ଗତ ବୃହସ୍ପତି ଟେଟେଙ୍ଗପଦର ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପଇଚାଳିଶ ବର୍ଷ ହୋଇଥିଲା। ଗତ ଦୁଇ ମାସ ତଳେ ତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହେବା ସହ ମୃତ ଶିକ୍ଷକଙ୍କ ପରିବାରକୁ କରୋନା ଯୋଦ୍ଧା ଭାବେ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in