ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅନେକ ଧାର୍ମିକ ପୀଠରେ ପଣା ସଂକ୍ରାନ୍ତି ପାଳନ 

କଟକ: କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କଳପଡା ପଂଚାୟତର କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣ, କୂଳସରିଚୁଆଁ ପଂଚାୟତର ନୀଳକଣ୍ଠନାଥ ମନ୍ଦିର, ବେଣ୍ଟକାର ପଂଚାୟତର କଣ୍ଟୁଣିଆ ବୈଷ୍ଣବବାଗସ୍ଥିତ ଦ୍ଵାରିକାନାଥପୀଠ ଆଦି ବହୁ ଧାର୍ମିକ ସ୍ଥାନରେ ହନୁମାନକଂର ଜୟନ୍ତୀ ପାଳନ, ହନୁମାନ ଚାଳିଶା ପାଠ ଏବଂ ପଣାଭୋଗର କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟରେ ପରିଷଦର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁବର୍ଗ ଉପସ୍ଥିତରହି ହନୁମାନ ଚାଳିସା ପାଠ କରିବାସହ ପ୍ରସାଦ ସେବନ କରିଥିଲେ। ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ପବିତ୍ର ପଣାସଂକ୍ରାନ୍ତି, ରାଷ୍ଟ୍ରୀୟ ନବବର୍ଷ ପାଳନ ଏବଂ ବାବା ସାହେବ ଆମ୍ବେଦକର ୧୩୦ତମ ଜୟନ୍ତୀ ଅବସରରେ ସଦରବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାସହ କରୋନା କଟକଣା ପାଳନ ପୂର୍ବକ ପ୍ରତିରୋଧ ହିଁ ପ୍ରତିକାର ବ୍ୟବସ୍ଥା ଅପଣାଇ ସୁସ୍ଥ ରହିବାକୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.