ବିପଦ ସଙ୍କୁଳ ଅବସ୍ଥାରେ ଇନ୍ଦିରା ଆବାସ ଗୃହ: ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ୧୦ ପରିବାର

ରାମନାଗୁଡା: ଇନ୍ଦିରା କଲୋନୀରେ ୧୦ଟି ପରିବାର ବିପଦ ସଙ୍କୁଳ ଭାବେ ବସବାସ କରୁଛନ୍ତି। ରାମନାଗୁଡା ବ୍ଲକ ତାମ୍ପରଗୁଡା ନିକଟରେ ୧୯୯୯ ମସିହାରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ଗୃହ ଏବେ ଭଗ୍ନ ଅବସ୍ଥାରେ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ।ଦୁର୍ଭାଗ୍ୟର କଥା ହେଉଛି ବର୍ଷା ହେଲେ କଲୋନୀର ବସବାସ କରୁଥିବା ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହେଉଥିବା ସହିତ ଛାତରୁ ଅହରହ ପାଣି ଝରୁଥିବା କଲୋନୀବାସୀ କହିଛନ୍ତି।

Omkar Vasthu
Omkar Vasthu


ପରିବାରଲୋକେ ଦୈନିକ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଘର ମରାମତି କିମ୍ବା ନିର୍ମାଣ ପାଇଁ ଅସମର୍ଥ ଥିବା ପ୍ରକାଶ କରିଛନ୍ତି। ଏଣୁ ଭାଗ୍ୟକୁ ଆଦରି ବସବାସ କରିଆସୁଛନ୍ତି ଏହି ୧୦ଟି ପରିବାର। ଏଣୁ ପ୍ରଶାସନ ପକ୍ଷରୁ ନୂତନ ଭାବେ ଆବାସ ଗୃହ ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି। କଲୋନୀର ସୁକୁମାରୀ ମୁଟୁକା, ରାମଣା ଆମ୍ମା କଣ୍ଡାଗରୀ, ନାଗା ମାଣ୍ଡାଙ୍ଗି, କନ୍ତାରୁ ମୁଟୁକା, ରାମୂର୍ତ୍ତୀ କୁମ୍ଭିରିକା, ଡ଼ମ୍ବ ପାତିକା, ସୁବର୍ଣ୍ଣା ମୁଟୁକା, ସ୍ବରସ୍ବତୀ ମାଣ୍ଡାଙ୍ଗି, ବାଣା ମାଣ୍ଡାଙ୍ଗି, ତ୍ରପତି ମୁଟୁକା ଆଦି ପରିବାର ଲୋକେ।

Pearl dental clinic
Near Ashish Medical Store, Bhawanipatna


ଗୁରୁବାର ଭଗ୍ନ ଅବସ୍ଥାରେ ଥିବା ଆବାସ ଗୃହ ଦେଖିବା ନିମନ୍ତେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଓ ବିଜେଡି ଜିଲ୍ଲା ସଂପାଦକ ତଥା ସ୍ଥାନୀୟ ନେତା ଗଗନ ବିହାରୀ ଆଚାର୍ଯ୍ୟ ପହଞ୍ଚି ଏହି ପରିବାର ସଦସ୍ୟଙ୍କୁ ଭେଟିବା ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏକ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅବଗତ କରାଯିବ ବୋଲି ବିଡ଼ିଓ ଶ୍ରୀ ଶବର ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ରାୟଗଡା ଜିଲ୍ଲା ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.