ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ନିମେନ୍ତ ବ୍ଳକସ୍ତରୀୟ ତାଲିମ ଶିବିର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ବ୍ଳକର ବିଭିନ୍ନ ଗ୍ରାମରେ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ନିମନ୍ତେ ନିୟୋଜିତ ୬୨ଜଣ ଏନୁମରେଟର ଓ ୭ଜଣ ସୁପରଭାଇଜରଙ୍କ ତାଲିମ ଶିବିର ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଦଭାବନା ଗୃହ ଓ ବ୍ଳକ ସଦଭାବନା ଗୃହ ଭଳି ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ତାଲିମରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଏବଂ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ତାଲିମର ଉଦ୍ଦେଶ୍ୟ ଓ ସର୍ଭେ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯେପରି ତ୍ରୁଟିଶୂନ୍ୟ ତଥ୍ୟ ସଂଗ୍ରହ ହେବ ସେଥି ନିମନ୍ତେ ସୁପରଭାଇଜର ଓ ଏନୁମରଟେରଙ୍କ ଭୂମିକା ବିଷୟରେ ଦୃଷ୍ଟି ଆର୍କଷଣ କରିଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଯଥାକ୍ରମେ ୩୪ ଓ ୩୫ଜଣଙ୍କ ନିମନ୍ତେ ସାମାଜିକ ଦୂରତା ରକ୍ଷା କରି ଶିବିର ଆୟୋଜନ କରାଯାଇଥିଲା । ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡ ତହସିଲଦାର ଉମାଶଙ୍କର ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ ଏବଂ ବ୍ଳକ ଠାରେ ଅନୁଷ୍ଠିତ ଶିବିରରେ ବିଡିଓ ରାଜେନ୍ଦ୍ର ମାଝି ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା ସମ୍ବଳ ବ୍ୟକ୍ତି ଭାବେ ତାଲିମ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଆଗାମୀ ମେ’ମାସ ୧ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ର୍ରାମ ପଂଚାୟତର ସର୍ଭେ କେନ୍ଦ୍ର ଗୁଡିକରେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ଏଣୁ ଜିଲ୍ଳାର ସମସ୍ତ ପଛୁଆବର୍ଗର ପରିବାର ପଂଜୀକରଣ ନିମେନ୍ତ ଆବଶ୍ୟକ ତଥ୍ୟ ପ୍ରଦାନ କରି ଫର୍ମ ପୂରଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ଆହ୍ୱାନ ଜଣାଇଥିଲେ । ଆଗାମୀ ଏପ୍ରିଲ ୨୬ତାରିଖରେ ୨ୟ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ବିଡିଓ ଶ୍ରୀ ମାଝି ପ୍ରକାଶ କରିଛନ୍ତି । ଡିଆରଡିଏ ଠାରେ ପିଏ ଗୋପାଳ ପଣ୍ଡା ଓ ବ୍ଳକ ଠାରେ ନୀଳାଂଚଳ ମିଶ୍ର ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.