ନୂଆପଡା: ରାଜ୍ୟ ସରକାର କରୋନାର ଦ୍ଵିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କୋଭିଡ ନିୟମକୁ କଡା କଡ଼ି କରିଛନ୍ତି। ଛତିଶଗଡ଼ ସୀମାନ୍ତ ୧୦ଟି ଜିଲ୍ଲାରେ କୋଭିଡ ମୁକାବିଲା କରିବା ପାଇଁ ଆଜି ଠାରୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ ଟା ରୁ ଆରମ୍ବ ହୋଇ ସକାଳ ୫ ଟା ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଛି। ଏହା ସହିତ ନୂଆପଡା ଜିଲ୍ଲାର ସହରାଞ୍ଚଳରେ ସପ୍ତାହର ପ୍ରତେକ ଶନିବାର ଓ ରବିବାର ସମ୍ପୂର୍ଣ ଭାବେ ସଟଡାଉନ ରହିବ। ଜିଲ୍ଲାପାଳ ସ୍ଵଧା ଦେବ ସିଂ ଓ ଆରକ୍ଷୀ ଅଧିକାରୀ ରାହୁଲ ଜୈନ ଏ ନେଇ ଏକ ଭିଡିଓ ଜାରି କରି ଜିଲ୍ଲାବାସୀଙ୍କୁ ସଚେତନ କରିବା ସହିତ ନିବେଦନ କରିଛନ୍ତି ଯେ, କୋଭିଡ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ। ଏହା ସହିତ ଯଦି କୌଣସି ବ୍ୟକ୍ତି ଏହାର ଉଲଂଘନ କରନ୍ତି ତେବେ ଆଇନ ଅନୁଯାଇ ଦଣ୍ଡିତ ହେବେ ବୋଲି ସୂଚନା ଦେଇଛନ୍ତି।
ଆଜି ନୂଆପଡାବାସୀ ସଟଡାଉନକୁ କଡାକଡ଼ି ଭାବେ ପାଳନ କରିଛନ୍ତି। ବିନା କାର୍ଯ୍ୟରେ କୌଣସି ବ୍ୟକ୍ତି ରାଜ ରାସ୍ତା ଉପରକୁ ଆସି ନଥିଲେ। ରାସ୍ତା ଘାଟ ଶୂନସାନ ପଡ଼ିଥିବା ବେଳେ କାଁ ଭାଁ କେତେ ମାଲ ବୋଝେଇ ଯାନ ଯିବା ଆସିଵା କରୁଥିବାର ଦେଖିବାକୁ ମିଳିଥିଲା। ସେହିପରି ଭାବେ ଗତ ୧୬ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଖରିଆର ରୋଡ ସହର ସମ୍ପୂର୍ଣ ଭାବେ ବନ୍ଦ ପାଳନ କରି ଆସୁଛି। ଏହା ସହିତ ଖରିଆର ମାର୍କେଟ ଏସୋସିଏସନ ମଧ୍ୟ ଗତ ୧୬ରୁ ୨୫ ତାରିଖ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରଖିଛି। ଜିଲ୍ଲା ପ୍ରଶାସନ ସିନାପାଲିକୁ କଣ୍ଟେଟମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ମୋଟାମୋଟି ଭାବେ ସପ୍ତାହନ୍ତ ବନ୍ଦ ର ପ୍ରଥମ ଦିନକୁ ଜନସାଧାରଣ ସହଯୋଗ ଓ ସମର୍ଥନ କରିଛନ୍ତି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in