ଲାଞ୍ଜିଗଡ: ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଶାଶୁ ତଥା କଳାହାଣ୍ଡିର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ମା ବିଞ୍ଜ ମାଝୀ ନିଜ ଭାଟଗୁଡା ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବିଞ୍ଜଙ୍କ ମୂଳ ଗାଁ ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଲଡାଙ୍ଗ ହୋଇଥିବା ବେଳେ ସେ ଭାଟଗୁଡା ଗାଁରେ ବିବାହ କରିଥିଲେ। ଭାଟଗୁଡାଠାରେ ତାଙ୍କ ପରଲୋକ ହୋଇଥିବା ବେଳେ ଜ୍ବାଇଁ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଝିଅ ଶ୍ରୀମତି ମାଝୀ, ନାତି ତଥା ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ମହିୟସୀ ମହିଳାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in





