ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଉଦଯାପିତ

ଲାଞ୍ଜିଗଡ: ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୧୩ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପୂଜକ ଅଭିମନ୍ୟୁ ପାତ୍ର ଓ ଜମ୍ବେଶ୍ୱର ପୂଜାରୀ ମାଙ୍କ ଘଣ୍ଟକୁ ମୁଣ୍ଡରେ ବୋହି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିବା ବେଳେ ହରିଶ୍ଚନ୍ଦ୍ର ମୁଣ୍ଡଛିନା ସହଯୋଗ କରିଥିଲେ। ୮ ଦିନ କାଳ ଗାଁ ଗାଁ ଭକ୍ତ ମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ସନ୍ଧ୍ୟାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ରାତି ସାରା ଲାଞ୍ଜିଗଡର ସମସ୍ତଙ୍କ ଘରକୁ ଯାଇ ଭୋଗ ଗ୍ରହଣ କରିଥିଲେ। ଗୁରୁବାର ଉଦଯାପନୀ ଦିବସରେ ମାନସିକ କରିଥିବା ଶ୍ରଦ୍ଧାଳୁ ମାନେ ନଡିଆ, କଦଳୀ ସମେତ ବୋଦା, କୁକୁଡ଼ା ଓ ପାରା ବଳି ଦେଇଥିଲେ। କରୋନା ମହାମାରୀ କଟକଣା ଯୋଗୁଁ ୨ବର୍ଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ଯୋଗୁଁ ଭକ୍ତ ଭିଡ ଦେଖିବାକୁ ମିଳିନଥିଲା। ପୂଜକ ଓ କିଛି ସୀମିତ ଭକ୍ତଙ୍କୁ ନେଇ ଏହି ଘଣ୍ଟ ଯାତ୍ରା ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.