ପାନୀୟ ଜଳ ଯୋଗାଣ ଦାବିରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି: ପାନୀୟ ଜଳ ସଂକଟ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା। କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତର ୱାର୍ଡ ନଂ ୬ ବଡପଡାରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଜଳ ସମସ୍ୟା ସମାଧାନ ଦାବିରେ ପଡାର ମହିଳାମାନେ ମଙ୍ଗଳବାର ଏକ ଦାବିପତ୍ର ବ୍ଲକ କାର୍ଯାଳୟ ସମେତ ପଞ୍ଚାୟତରେ ଦେବାପରେ କୌଣସି ନିର୍ଭର ପ୍ରତିଶୃତି ନ ମିଳିନଥିଲା। ପରେ ଏହାର ପ୍ରତିବାଦରେ ବଡପଡାର ଶତାଧିକ ମହିଳା ଜାତୀୟ ରାଜପଥ ନଂ ୨୬ କୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରି ରାସ୍ତା ଉପରେ ଗରା, ବାଲ୍ଟି ରଖି ପାନୀୟ ଜଳ ପାଇଁ ଅଡ଼ି ବସିଥିଲେ। ଏହା ସହ ନୂଆପଡା ନଦୀରୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପରୁ ସରପଞ୍ଚ ଚଞ୍ଚକତା କରି ନିଜ ଚାଷଜମିରେ ଏକ ପଏଣ୍ଟ କରି ପାଣିର ଅପବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu


ରାସ୍ତା ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିବା ସହ ଟ୍ରାଫିଙ୍କ ସମସ୍ୟା ଦେଖା ଦେଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ପହଞ୍ଚି ମହିଳା ମାନଙ୍କ ସହ ଆଲୋଚନା କରି ସରପଞ୍ଚଙ୍କ ସହ କଥାବାର୍ତ୍ତା ହୋଇ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ଏହି ଆନ୍ଦୋଳନରେ ଫୁଲତୋଳା ଖମାରି, ରଶ୍ମିତା ଶଗଡ଼ିଆ, ରେବତୀ ଖମାରି, ରାନୀ ବାଗ, ପ୍ରଫୁଲ୍ଲ ନାଏକ ସମେତ ବଡପଡା ର ଅନ୍ୟ ମହିଳା ମାନେ ସାମିଲ ହୋଇଥିଲେ। ଏନେଇ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ମତାମତ ନେବାରୁ ବିଭିନ୍ନ ପଡାକୁ ଘଣ୍ଟାଏ ଲୋଖାଏ ପାଇପ ପାଣି ଯୋଗଣ ହେଉଛି। ଖରା ଦିନ ହୋଇଥିବାରୁ ନଦିରେ ମଧ୍ୟ ପାଣି ସ୍ତର କମି ଯାଇଛି, ନୂତନ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ପଞ୍ଚାୟତକୁ ହସ୍ତାନ୍ତର ହୋଇ ନାହିଁ, ଆଉ ସେମାନେ କରିଥିବା ଅଭିଯୋଗ ଭିତ୍ତିହିନ ବୋଲି କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.