ପରିବାରର ଜଣେ ସଦସ୍ୟଙ୍କ କରୋନା ମୃତ୍ୟୁପରେ ସହଯୋଗ କଲେନି ଗାଁ ଲୋକେ: କହିଲେ- ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣ

କଳାହାଣ୍ଡି,(ହେମନ୍ତ ସାହୁ): କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟକିଛି କାମରେ ସହଯୋଗ କରାଯିବ ବୋଲି ଗାଁ ଲୋକେ କହିବା ପରେ ପରିବାର ତଥା ବନ୍ଧୁ ପରିଜନଙ୍କ ତରଫରୁ ମଦନପୁର, ଅଲାତରା, ମ.ରାମପୁରର ବିଭିନ୍ନ ଗାଡ଼ିକୁ ଯୋଗାଯୋଗ କରାଯାଇଥିଲା ପରିବାରର ଅନ୍ୟମାନଙ୍କୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ କୋଭିଡ଼ ପରୀକ୍ଷା କରିବାକୁ। କିନ୍ତୁ କୋଉ ଗୋଟିଏ ବି ଘରୋଇ ଗାଡ଼ିବାଲା ରାଜି ହେଇନଥିଲେ ସେମାନଙ୍କୁ ନେଇ ମ.ରାମପୁର ଆସିବାକୁ। ପରେ ମ.ରାମପୁରର ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ଉଦ୍ୟମ କ୍ରମେ ପ୍ରଶାସନ ତରଫରୁ ଗାଡ଼ି ପଠାଯାଇ ଉକ୍ତ ବ୍ୟକ୍ତିମାନଙ୍କୁ ମ.ରାମପୁର ଡ଼ାକ୍ତରଖାନା ଅଣାଯାଇଥିଲା । ଏବଂ ସମସ୍ତଙ୍କ କୋଭିଡ଼ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଥିଲା । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗୋଚ୍ଛାଡ଼େଙ୍ଗେନ ଗ୍ରାମରେ । ଗ୍ରାମର ପୁରନ୍ଦର ବିଶ୍ୱାଳ(୪୫)ଙ୍କ ଚଳିତ ମଇମାସ ୧ ତାରିଖରେ ବିଷମକଟକ ଡ଼ାକ୍ତରଖାନାରେ କରୋନାରେ ମୃତ୍ୟୁ ହେଇଥିଲା । ପରେ ତାଙ୍କ ଶବକୁ ଆଣି ଗାଁରେ ସତ୍କାର କରାଯାଇଥିଲା । ଶବ ସତ୍କାରରେ ମଧ୍ୟ କେହି ସହଯୋଗ କରିନଥିଲେ । ସେହି ଦିନଠାରୁ ପରିବାରର ଅନ୍ୟମାନଙ୍କ ପ୍ରତି ଗାଁ ଲୋକେ କୌଣସି ପ୍ରକାର ସହଯୋଗ କରିନଥିଲେ । ଯେମିତି ହେଉ କରୋନା ଟେଷ୍ଟିଂ କଲାପରେ ହିଁ ସହଯୋଗ କରିବୁ ବୋଲି କହିବା ପରେ ଆଜି ମୃତକଙ୍କ ବାପା ଗୁଣନିଧି ବିଶ୍ୱାଳ(୬୫), ଉକିଆ ବିଶ୍ୱାଳ(୬୨) ପତ୍ନୀ ପୁଷ୍ପାଞ୍ଜଳୀ ବିଶ୍ୱାଳ(୪୦) ଦୁଇ ପୁଅ ଆଦିତ୍ୱ ବିଶ୍ୱାଳ(୧୫) ଓ ଆଦର୍ଶ ବିଶ୍ୱାଳ(୧୩) ଆଜି ମ.ରାମପୁର ଆସି କରୋନା ଟେଷ୍ଟିଂ କରାଇଥିଲେ । ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହି ବିଶ୍ୱାଳ ପରିବାରର ଅନ୍ୟ ଭାଇଙ୍କ ପରିବାରବର୍ଗ ମାନେ ଆଗରୁ ଆସି ଟେଷ୍ଟିଂ କରାଇଥିଲେ ଏବଂ ସେମାନଙ୍କର ରିପୋର୍ଟ ମଧ୍ୟ ନେଗେଟିଭ ରହିଥିଲା । ତେବେ ଆଜି ଟେଷ୍ଟିଂ ରିପୋର୍ଟ ସବୁ ନେଗେଟିଭ ଆସିବା ପରେ ପରିବାର ଲୋକେ ଏବଂ ଗାଁ ଲୋକେ ଆଶ୍ୱସ୍ଥ ରହିଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.