ଲାଞ୍ଜିଗଡ଼: ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ରେ କୋଭିଡ ପରିକ୍ଷା କରିବାପାଇଁ ଦାବି କରି ଆସୁଥିଲେ ଅଞ୍ଚଳବାସୀ। ଶେଷରେ ଜିଲ୍ଲା ପ୍ରଶାସନ ଏହି ଦାବିକୁ ଗ୍ରହଣ କରିଛି। ମେ’ ୧୦ ତାରିଖ ସୋମବାର ଠାରୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ କୋଭିଡ଼ ପରୀକ୍ଷଣ। ପ୍ରଶାସନର ଘୋଷଣା ପରେ ଅଞ୍ଚଳବାସୀ ଆଶ୍ବସ୍ତି ଲାଭ କରିଛନ୍ତି।ସପ୍ତାହକୁ ୩ଦିନ ସୋମବାର, ମଙ୍ଗଳବାର ଓ ବୁଧବାର ଅପରାହ୍ନ ୩ଟାରୁ ପାଞ୍ଚଟା ଯାଏଁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ପରୀକ୍ଷା କରାଯିବ ବୋଲି ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା ସୂଚନା ଦେଇଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





