କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୨୬ ଉପରେ ଭାରସାମ୍ୟ ହରାଇ ବୋଲେରୋ (ଓଡି-୧୦ଏଚ-୭୯୧୬)ଟି ଓଲଟି ପଡିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ୫ଜଣ ଆହତ ହୋଇଥିବା ଜଣାପଡିଛି। ଖବରପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡ଼ାକ୍ତରଖାନାକୁ ପଠାଇ ଦେଇଛି।
କେସିଙ୍ଗାରୁ ବର୍ଦ୍ଧମାନ ଜୈନଙ୍କ ରିପୋର୍ଟ OdiaBarta.in