ବୋରି ଜଙ୍ଗଲରୁ ବରାହର ମୃତ ଦେହ ଉଦ୍ଧାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର କାନକେରି ଗାଁ ନିକଟରେ ଥିବା ବୋରି ଜଙ୍ଗଲରେ ଏକ ବରାହର ମୃତ ଦେହ ଉଦ୍ଧାର ହୋଇଛି। ପ୍ରାପ୍ତ ସୂଚନା ଆଧାରରେ ଗତକାଲି ମୂଷାନାଳ ବନ ବିଭାଗର କର୍ମଚାରୀ ମାନେ ବନପାଳ ଚିନ୍ତାମଣି ମାଝୀଙ୍କ ନିର୍ଦ୍ଦେଶକ୍ରମେ ବନ୍ଧପାରି ବିଟ୍ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ କାନକେରି ଗାଁ ନିକଟସ୍ଥ ବୋରି ଜଙ୍ଗଲଠାରେ ଏକ ବରାହ ମୃତ ପଡିଥିବା ଦେଖିବାକୁ ପାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ଏହି ଖବର ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କୁ ଜଣାଇବା ପରେ ବନ ବିଭାଗ କର୍ମଚାରୀ ମାନେ ବରାହର ମୃତ ଦେହକୁ ବିଶ୍ୱନାଥପୁର ଆଣିଥିଲେ। ବିଶ୍ୱନାଥପୁର ଆଣି ପ୍ରାଣୀ ଚିକିତ୍ସକଙ୍କଠାରେ ମୃତ ବରାହର ଶବକୁ ବ୍ୟବଛେଦ କରାଯାଇଥିଲା। ଏହାପରେ ବନ ବିଭାଗ କର୍ମଚାରୀ ମାନେ ମାଟି ତଳେ ଶବଟିକୁ ପୋତି ଦେଇଥିଲେ।ବର୍ତ୍ତମାନ ବରାହର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଥିବା ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ ମହାନନ୍ଦ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.