COVID-19: ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ସହ ପ୍ରଶାସନର ବୈଠକ

ଲାଞ୍ଜିଗଡ଼: ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ଲୋକେ କରୋନା କଟକଣା ମାନୁ ନାହାନ୍ତି। ସାମାଜିକ ଦୁରତା, ମାସ୍କ ପିନ୍ଧିବା, କୋଭିଡ୍ ଟେଷ୍ଟିଙ୍ଗ ହେବା ଆଦିରେ ଗାଁ ଲୋକେ ସଚେତନ ନୁହନ୍ତି। ତେଣୁ ମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି। ଲକଡାଉନ ଓ କୋଭିଡ କଟକଣା ସତ୍ୱେ ବାହାଘର ଭୋଜି ହେଉ କି ଜାନି ଯାତ୍ରା ସ୍ବଭାବିକ ଢଙ୍ଗରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସଭାଗୃହରେ ବ୍ଲକରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ସହିତ ପ୍ରଶାସନର ଏକ ଜରୁରୀ କାଳିନ ବୈଠକ ଆୟୋଜିତ ହୋଇଥିଲା। ଗାଁ ମାନଙ୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏନଜିଓରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଗାଁକୁ ଯାଇ ସଚେତନ କରିବା ପାଇଁ ବୈଠକରେ ଅନୁରୋଧ କରାଯାଇଥିଲା। ବ୍ଲକରେ ଥିବା ନିୟମଗିରୀ ଅଞ୍ଚଳ ସମେତ ବିଜେପୁର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, ପାହାଡପଦର, ଲାଞ୍ଜି, କାନକୁଟ୍ରୁ, ବନ୍ଧପାରୀ, ବେଡାଗାଁ ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁ ମାନଙ୍କରେ ସଚେତନତାର ଆବଶ୍ୟକତା ରହିଛି। ସେଥିପାଇଁ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମଚାରୀ ମାନେ ଗାଁ ମାନଙ୍କୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହ କରୋନା ସର୍ଭେରେ ସହଯୋଗ ଓ କରୋନା ପରୀକ୍ଷା କରିବା ପାଇଁ କାଶ, ଥଣ୍ଡାଜ୍ୱର ହେଲେ ଗୁଣିଗାରେଡି ଓ କ୍ୱାକ ମାନଙ୍କ ପାଖକୁ ନଯାଇ ଡାକ୍ତରଖାନା ଯିବାପାଇଁ ସେମାନେ ବୁଝାଇବେ। ଏ ବୈଠକରେ ବ୍ଲକର ଅଗ୍ରଣି ସ୍ୱେଚ୍ଛାସେବି ସଂସ୍ଥା ଜନସାହାଯ୍ୟ, ଦାପ୍ତା ଓ ପ୍ରଦାନ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କରୋନା ଲଢେଇରେ ସେମାନେ ଗାଁକୁ ଗାଁ ଯାଇ ସଚେତନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଲାଞ୍ଜିଗଡ କୋଭିଡ ନୋଡାଲ ଅଫିସର ଅରବିନ୍ଦ ରାଏ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜନସାହାଯ୍ୟ ସଂସ୍ଥାର ସୀତାଦେଇ, କେକେଡିଏ ପ୍ରୋଜେକ୍ଟ ମ୍ୟାନେଜର ଲୋମ୍ବଧର ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.