ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କବିତା ଆସର ଏବଂ ଆଲୋଚନା ଚକ୍ର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଏବଂ ସରସ୍ବତ ବନ୍ଧୁ ମିଳନ ଉନ୍ମୋଚନ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଧିବେଶନରେ ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଶାଖାର ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ବେଳେ ସଭାପତି ଗୋଦାବରୀଶ ଦାସ ପରିଚୟ ପ୍ରଦାନ ସ୍ୱରୂପ ଆତିଥ୍ୟତା ସ୍ୱୀକାର କରିଥିଲେ। ସାହିତ୍ୟି ସଂସଦର କାର୍ଯ୍ୟକର୍ତ୍ତା ଦୀନବନ୍ଧୁ ବେଜ୍ ଏହାର ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ସୁବାଷ ଚନ୍ଦ୍ର ଦାସ ଏବଂ ବିଜୟ କୁମାର ଜେନା ମାଟିଲଗ୍ନା ସାହିତ୍ୟି ଚକ୍ରର ବିଶେଷତ୍ବ ଏବଂ ମହତ୍ୱ ପ୍ରତିପାଦନ କରି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ରରେ ବିଭିନ୍ନ ଲେଖକ ଏବଂ ଲେଖିକାଙ୍କ ଦକ୍ଷତା ବୃଦ୍ଧି ଏବଂ ଏକପଦୀ ସାହିତ୍ୟ ଆସରର ନିୟମ ଓ ତାର ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା କମିଟିର ପରିଚାଳକଙ୍କ ଭୂମିକା ପ୍ରଭୃତି ବିଷୟରେ ସାରାଂଶ ବିବରଣୀ ପ୍ରଦାନ କରାଯାଇଥିଲା। ମାଟିଲଗ୍ନନାର ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ ଏହାର ସଂଯୋଜନା ଭାର ମଧ୍ୟ ଗ୍ରହଣ କରିଥିଲେ। କବିତା ପାଠୋତ୍ସବ ଆସରରେ ସାହିତ୍ୟିକ ପ୍ରଜ୍ଞା ପରମିତା, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଶୋଭାଙ୍ଗିନୀ ନନ୍ଦ, ଯଜ୍ଞଶ୍ୱର ପଣ୍ଡା, ସ୍ଵାଗତିକା ସାହୁ, ଗୋଦାବରୀଶ ଦାସ, ଜ୍ୟୋତିରଞ୍ଜନ ଦାସ, ବିଜୟଶ୍ରୀ ନାଥ, ଶୁଭ୍ରାଂଶୁ ଶେଖର ପାଢ଼ୀ, ସରସ୍ବତୀ ବାରିକ, ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ, ସ୍ବର୍ଣ୍ଣ ପତି, ନୁରବତୀ ସାହୁ, ରାମନାରାୟଣ ଶର୍ମା,ଗଣପତି ବାଗ, ମହେନ୍ଦ୍ର ପଣ୍ଡା ପ୍ରମୁଖ ୩୦ ରୁ ଉର୍ଦ୍ଧ କବି ଏବଂ କବୟତ୍ରୀ ଯୋଗ ଦେଇ କବିତା ଆସରକୁ ସରଗରମ୍ କରିଥିଲେ। ପରିଶେଷରେ ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଶାଖାର କାର୍ଯ୍ୟକାରୀ ସଭାପତି ଗୋଦାବରୀଶ ଦାସ କବିତା ଆସରରେ ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.