ପରଲୋକରେ ଅଧ୍ୟାପକ ସୂର୍ଯ୍ୟମଣି ଦାସ

ଜୁନାଗଡ଼: ପିଆଇ କଲେଜ ଜୁନାଗଡ଼ର ପୂର୍ବତନ ଇଂରାଜୀ ଅଧ୍ୟାପକ ସୂର୍ଯ୍ୟମଣି ଦାସଙ୍କ ପରଲୋକ ଘଟିଯାଇଛି। ସେ ଅନେକ ଦିନରୁ କିଡ଼ନି ରୋଗରେ ପିଡିତ ଥିଲେ। ତେବେ ୫୮ବର୍ଷ ବୟସରେ ସେ ତାଙ୍କ ସମ୍ବଲପୁର ସ୍ଥିତ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ଅଧ୍ୟାପକ ଦାସ ଜୁନାଗଡ଼ ପିଆଇ କଳେଜରେ ୧୯୮୭ ମସିହାରୁ ଅଧ୍ୟ୍ୟାପନା କରୁଥିଲେ। ସେ ତାଙ୍କ ଅଧ୍ୟାପକ ଜୀବନ କାଳରେ ଅନେକ ସୂଯୋଗ୍ୟ ଛାତ୍ର ସୃଷ୍ଟି କରିଛନ୍ତି। ଅଞ୍ଚଳର ଜଣେ ଅଭିଜ୍ଞ ଶିକ୍ଷାବିତ ଭାବେ ତାଙ୍କର ବିଶେଷ ସୁନାମ ରହିଛି। ତାଙ୍କ ଆବର୍ତ୍ତମାନରେ ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପିଆଇ କଲେଜର ପୂର୍ବତନ ଅଧ୍ୟକ୍ଷ ବିଭୁତି ଭୂଷଣ ପଣ୍ଡା, ବିଭୁତି ଭୂଷଣ ମେହେର, ଅଧ୍ୟକ୍ଷ ଅରୂପାନନ୍ଦ ନାଗ, ଅଧ୍ୟାପକ ପ୍ରିୟବ୍ରତ ବାଣୁଆ, ସୋରାଜ ଠାକୁର, ସମୀର ସାହୁ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରି ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ଜୁନାଗଡ଼ ଓ ଜିଲ୍ଲାର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.