ରାୟଗଡ ଟାଉନ ଥାନା ଅଧିକାରୀ ଭାବେ ଇନ୍ସପେକ୍ଟର ରଶ୍ମିରଂଜନ ପ୍ରଧାନଙ୍କ ଯୋଗଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଟାଉନ ଥାନାର ନୂତନ ଥାନା ଅଧିକାରୀ ଭାବେ ଇନ୍ସପେକ୍ଟର ରଶ୍ମିରଂଜନ ପ୍ରଧାନ ଗତ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ଏହା ପୂର୍ବରୁ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନାରେ ଗତ ୬ମାସ ଧରି ଥାନା ଅଧିକାରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ । ଚଳିତ ମାସ ୧୭ତାରିଖରେ ଜିଲ୍ଳା ପୋଲିସ ଟ୍ରାନ୍ସଫର ବୋର୍ଡ କମିଟି ତରଫରୁ ଜିଲ୍ଳାର ୯ଜଣ ଇନ୍ସପେକ୍ଟରଙ୍କ ବଦଳି କରାଯାଇଥିଲା । ଏଥିରେ ଶ୍ରୀ ପ୍ରଧାନଙ୍କୁ ରାୟଗଡ ଟାଉନ ଥାନା ଅଧିକାରୀ ଭାବେ ବଦଳି କରାଯାଇଥିଲା । ରାୟଗଡ ସହରରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ଥାନା ଅଧିନସ୍ଥ ଅଂଚଳବାସୀଙ୍କୁ ପୋଲିସ ଥାନା ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସହଯୋଗ ଯୋଗାଇବା ସହ ପୋଲିସ-ପବ୍ଳିକର ସୁସଂପର୍କ ସ୍ଥାପନା ଦିଗରେ ପ୍ରୟାସ ରହିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ତତ୍କାଳୀନ ଥାନା ଅଧିକାରୀ ଇନ୍ସପେକ୍ଟର ନିହାର ରଂଜନ ପ୍ରଧାନ ପଦୋନ୍ନତି ପାଇ ନବରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ(ଏସଡିପିଓ) ଭାବେ ବଦଳି ହେବା ପରେ ଟାଉନ ଥାନା ଅଧିକାରୀ ପଦବୀରେ ଇନ୍ସପେକ୍ଟର ରଶ୍ମିରଂଜନ ପ୍ରଧାନଙ୍କୁ ଦାୟିତ୍ୱଭାର ପ୍ରଦାନ କରାଯାଇଛି । ଶ୍ରୀ ପ୍ରଧାନ ଦାୟିତ୍ୱ ଭାର ଗ୍ରହଣ କରିବା ପ୍ରଥମ ଦିନରୁ ହିଁ ଥାନା ଅଂଚଳରେ ଲକଡାଉନ, ସଟଡାଉନ ଓ ନାଇଟକର୍ଫ୍ୟୁ କଟକଣା ସମେତ କୋଭିଡ୍ ନିୟମକୁ ମାନୁ ନ ଥିବା ଅମାନିଆଙ୍କୁ ସାବାଡ୍ କରି ଦେଲେଣି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.