ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ପ୍ରଖ୍ୟାତ ପ୍ରବଚକ ଚାରଣ ରାମଦାସ ଆଉ ନାହାନ୍ତି। ସେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାମଦାସଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ପଣ୍ତିତ ଚାରଣ ରାମଦାସ ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲ ମାଧ୍ୟମରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରୁଥିଲେ। ସରଳ ସୁନ୍ଦର ଭାଷା ଶୈଳୀ ଓ ଗଭୀର ଜ୍ଞାନ ଯୋଗୁଁ ତାଙ୍କ ପ୍ରବଚନ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଦ୍ବାରା ଆଦୃତ ହୋଇ ପାରିଥିଲା।