ପରଲୋକରେ କାମଦେବ ଗଉଡ

● ଜଣେ କିମ୍ବଦନ୍ତୀ ପୁରୁଷକୁ ହରାଇଲା ନର୍ଲା ମାଟି

କଳାହାଣ୍ଡି: ନର୍ଲା ବ୍ଲକ ଗୋଖରା ଗ୍ରାମର କାମଦେବ ଗଉଡ (ବଡଝୁରା)ଙ୍କ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ କରୁଆଁ ବଂଶର ଜଣେ ସୁଯୋଗ ସନ୍ତାନ ଥିଲେ ଏବଂ ଗୋଖରା ସ୍ଥିତ ବାବୁରା ମନ୍ଦିରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। କେବଳ କଳାହାଣ୍ଡି କାହିଁକି ସାରା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଲୋକ ଦେବତାଙ୍କ ଦର୍ଶନ ଓ ନିଜର ଦୁଃଖ କଷ୍ଟ ମୋଚନ ନିମନ୍ତେ ବାବୁରା ମନ୍ଦିରକୁ ଆସୁଥିଲେ। ସ୍ବର୍ଗତ କାମଦେବ ଗଉଡ ଦୈବୀ ଶକ୍ତି ବଳରେ ଅନେକ ଅସାଧ୍ୟ ରୋଗୀଙ୍କୁ ଆରୋଗ୍ୟ ପ୍ରଦାନ କରିବାରେ ସହାୟକ ହେଉଥିଲେ। ସମାଜ ସଂସ୍କାର ଦିଗରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜୀବନ ସାରା ଅସହାୟ ଓ ଦୁର୍ଗତ ଲୋକଙ୍କ ସାହାରା ପାଳଟିଥିବା ସ୍ବର୍ଗତ କାମଦେବ ୮୫ ବର୍ଷ ବୟସରେ ନିଜ ଗୋଖରା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନିଜସ୍ବ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ଜ୍ୟେଷ୍ଠ ପୁଅ କରୁଣାକର ମୁଖାଗ୍ନି ଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଆବର୍ତ୍ତମାନରେ ଲକ୍ଷେ କରୁଆଁ ପରିବାର ସମେତ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.