ଗାଁ ଆମ୍ବ ପସରା ଉଦଯାପିତ

● ଦଲାଲର ଠକାମୀରୁ ବଞ୍ଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ

● ୨୨୪.୬୦ କ୍ୱିଂଟାଲ ଆମ୍ବ ବିକ୍ରି ସହ ୮ଲକ୍ଷ ୯୮ହଜାର ଟଙ୍କାର ହେଲା ବ୍ୟବସାୟ

ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ ସୁରକ୍ଷା ନିୟମ ପାଳନ କରି ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ଗତ ଜୁନ ୨ ବୁଧବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଳାସ୍ତରୀୟ ‘ଗାଁ ଆମ୍ବ ପସରା’ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଆଠ ଦିନ ଧରି ଚାଲିଥିବା ଏହି ଆମ୍ବ ପସରାରେ ୨୨୪.୬୦କ୍ୱିଂଟାଲ ଆମ୍ବ ବିକ୍ରି କରାଯାଇ ୮ ଲକ୍ଷ ୯୮ ହଜାର ୪ଶହ ଟଙ୍କାର ବ୍ୟବସାୟ ହୋଇପାରିଥିବାରୁ ଆମ୍ବ ବିକ୍ରି କରିଥିବା ଚାଷୀ ତଥା ଉତ୍ପାଦକ ଗୋଷ୍ଠୀମାନେ ଖୁସି ପ୍ରକଟ କରିଛନ୍ତି । ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ, ତୋଟାପୁରୀ, ହେମସାଗର, ଲେଙ୍ଗଡା, ମଲ୍ଳିକା ଓ ସୁନ୍ଦରୀ ଭଳି କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ଏଠାରେ ସୁଲଭ ମୂଲ୍ୟରେ ବିକ୍ରି ହୋଇଥିଲା ।

Omkar Vasthu
Omkar Vasthu


ଏହି ଆମ୍ବ ପସରାରେ ମୁନିଗୁଡା, କଲ୍ୟାଣସିଂହପୁର ଓ କାଶିପୁର ବ୍ଳକର ଉତ୍ପାଦକ ଗୋଷ୍ଠୀ, ଡିିଏଫପିସିଏଲ, ରାୟଗଡ, ଉଦ୍ୟାନ କୃଷି ବିଭାଗ, ମିଶନ ଶକ୍ତି, ରାୟଗଡ, ଓଡିଶା ଜୀବିକା ମିଶନ ଓ ଓରମାସ ଅଧିନରେ ଥିବା ବିଷମକଟକ ଓ ମୁନିଗୁଡାର ଡଙ୍ଗରିଆ ଚାଷୀଙ୍କ ସମେତ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରି କରାଯାଇଥିଲା । ଡିଏଫପିସିଏଲ,ରାୟଗଡ ତରଫରୁ ସର୍ବାଧିକ ୧୪୮.୫୦କ୍ୱିଂଟାଲ ଆମ୍ବ ବିିକ୍ରି କରାଯାଇ ୫ଲକ୍ଷ ୯୪ହଜାର ଟଙ୍କା ଏବଂ ଦ୍ୱିତୀୟରେ ଓରମାସ ପକ୍ଷରୁ ୩୪.୫୦କ୍ୱିଂଟାଲ ଆମ୍ବ ବିକ୍ରି କରାଯାଇ ୧ଲକ୍ଷ ୩୮ହଜାର ଟଙ୍କାର ଆମ୍ବ ବିକ୍ରି କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଗାଁ ଆମ୍ବ ପସରାକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ । ଜିଲ୍ଳାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଂଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ରହିଥିଲା । ଗାଁ ଆମ୍ବ ପସରାରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ର୍ରୟାସ କରାଯାଇଥିଲା । ବର୍ତମାନ ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବରେ ରାୟଗଡ ଜିଲ୍ଳାର ଆମ୍ବ ବେଶ୍ ଚାହିଦା ରହିଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.