୪ଟି ଜିଲ୍ଳାର ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଭର୍ଚୁଆଲ ମିଟିଂ

ବିଭିନ୍ନ ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବା ନେଇ ବୈଠକରେ ନିଷ୍ପତି

ରାୟଗଡ, (ଶିବ ନାରାୟଣ ଗୈାଡ): ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ରାୟଗଡ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଆଦି ୪ଟି ଜିଲ୍ଳା ଶାଖାକୁ ନେଇ ଭର୍ଚୁଆଲ ମାଧ୍ୟମରେ ଏକ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଭାନେତ୍ରୀ ଶ୍ରୀମତି ନନ୍ଦନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଓରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତି ମଂଜୁଲତା ଦାସ ଏବଂ ରାଜ୍ୟ କୋଷାଧ୍ୟକ୍ଷା ସୁଶ୍ରୀ ସଂଗୀତା ମହାପାତ୍ର ସମ୍ମାନୀତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu


ଅବିଭକ୍ତ କୋରାପୁଟ ଜିଲ୍ଳାର ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂଯୋଜକ ନିରଂଜନ ପାତ୍ର, ରାୟଗଡ ଜିଲ୍ଳା ସଭାନେତ୍ରୀ ଶ୍ରୀମତି ପ୍ରଭାତି ନଳନୀ ଜେନା, ସଂପାଦିକା ଶ୍ରୀମତି ସନ୍ଧ୍ୟାରାଣୀ ବାରିକ, କୋରାପୁଟ ଜିଲ୍ଳା ସଭାନେତ୍ରୀ ରେଣୁବାଳା, ସଂପାଦିକା ଶ୍ରୀମତି ସତ୍ୟଭାମା ମହାରଣା, ନବରଙ୍ଗପୁର ଏବଂ ମାଲକାନଗିରି ସଭାନେତ୍ରୀ କଲ୍ୟାଣୀ ସାହୁଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୧୫ହଜାର ଟଙ୍କା ଦରମା ଲାଗୁ କରିବା, ଏନଏନପି ଦରବୃଦ୍ଧି କରିବା, ପ୍ରତି ମାସରେ ଦରମା ଠିକ୍ ସମୟରେ ପ୍ରଦାନ କରିବା, ହଟକୁକ୍ ମିଲ୍‌ର ତିନିମାସର ଅଗ୍ରୀମ ପ୍ରଦାନ କରିବା, କରୋନା ଯୋଦ୍ଧା ଘୋଷଣା କରିବା ସହିତ ପିପିଇ କିଟ୍‌, ହ୍ୟାଣ୍ଡ ସାନିଟାଇଜର, ଫେସ୍ ସିଲଡ୍‌, ହ୍ୟାଣ୍ଡ ଗ୍ଳୋବସ୍‌, ସାବୁନ, ଖାତା ଏବଂ କଲମ ଇତ୍ୟାଦି ସାମଗ୍ରୀ ପ୍ରଦାନ କରିବା, ୫୦ଲକ୍ଷ ଟଙ୍କାର ପେନ୍‌ସନ ଓ ଜୀବନବୀମା ଲାଗୁ କରିବା ନଚେତ ଆଗାମୀ ଦିନରେ ସାମ୍ମୁଖ୍ୟ ତରଫରୁ ବ୍ଳକ, ଜିଲ୍ଳା ଏବଂ ରାଜ୍ୟ ସ୍ତରରୁ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ରାୟଗଡ ଜିଲ୍ଳା ସଭାନେତ୍ରୀ ଶ୍ରୀମତି ଜେନା ପ୍ରେସ୍ ବିବୃତିରେ ଉଲ୍ଳେଖ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.