ଯୁବ ସାମ୍ବାଦିକଙ୍କ ଭଉଣୀ ବିୟୋଗ

ଗୁଣୁପୁର: ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରଣତି ପାତ୍ର । ପ୍ରଣତି ହେଉଛନ୍ତି ଗୁଣୁପୁର କରାବାଙ୍କ ନିବାସୀ ତଥା ଓଏନଏ ଗଣମାଧ୍ୟମ ପ୍ରତିନିଧିଙ୍କ ବଡ଼ଭଉଣୀ । ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଧର୍ମ ପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ । ଦୀର୍ଘ ଏକ ବର୍ଷଧରି ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇ ଘରକୁ ଫେରି ଥିଲେ । ଘରେ କାମ କରୁଥିବା ବେଳେ ତଳେ ପଡିଯାଇ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା । ଏହି ମାରାତ୍ମକ ରୋଗ ଧୀରେ ଧୀରେ ତାଙ୍କ ହାତକୁ ପ୍ରଭାବିତ କରିଥିଲା । ଗୁରୁବାର ପ୍ରଥମେ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ଓ କଟକ ଗୋଟିଏ ଦିନରେ ହିଁ ସ୍ଥାନାନ୍ତରିତ କରାଯାଇଥିଲା । ଏଥିରେ ଗୁଣୁପୁର ଓ ରାୟଗଡା ମିଡ଼ିଆ କେୟାରର ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ ଓ ଯୋଗ ସୂତ୍ର ରକ୍ଷାକରି କଟକରେ ଭର୍ତ୍ତି ଠାରୁ ଆରମ୍ଭ କରି ଚିକିତ୍ସା ସେବା ଯୋଗାଇ ଦେବା ଯାଏଁ ରାୟଗଡା, ବ୍ରହ୍ମପୁର ଓ କଟକ ମିଡ଼ିଆ କେୟାର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ । ଶୁକ୍ରବାର ଅପରାହ୍ନରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ମର ଶରୀରକୁ ଗୁଣୁପୁର ସ୍ଥିତ ନିଜ ବାସଭବନ ଶୁକ୍ରବାର ମଧ୍ୟ ରାତ୍ରିରେ ପହଁଚିବା ପରେ କରାବାଙ୍କ ସ୍ଥିତ ଶ୍ୱଶାନ ଘାଟରେ ଶେଷକୃତ୍ୟ ସଂମ୍ପନ୍ନ କରାଯାଇଛି । ଏହି ଶେଷକୃତ୍ୟ ସମୟରେ ତାଙ୍କ ବଡ଼ ଭାଇ ପ୍ରବୀର ପାତ୍ର ଓ ଭାଉଜ, ଛୋଟ ଭାଇ ପ୍ରଣବ ପାତ୍ର, ମାଆ ପ୍ରମିଳା ପାତ୍ର, ଅଶୋକ ପାତ୍ର, ଅନନ୍ତ ପାତ୍ରଙ୍କ ସମେତ ଗୁଣୁପୁର ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତାଙ୍କ ପରିବାରକୁ କିଭଳି ଅଧିକ ସାହାଯ୍ୟ ସହଯୋଗ କରାଯାଇ ପାରିବ ମିଡିଆ କେୟାର ତାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.