ଜିଲାପାଳଙ୍କ ଗୁଣୁପୁର ବ୍ଲକ ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଗୁଣୁପୁର: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗୁଣପୁର ବ୍ଲକ ଗସ୍ତ କରି ମରମା ପଞ୍ଚାୟତର କତାଗୁଡା ଆନ୍ଧ୍ର ଓଡିଶା ସୀମା ଚେକ ପଏଣ୍ଟ ପରିଦର୍ଶନ କରିଥିଲେ । ଓଡିଶା ଆନ୍ଧ୍ର ସୀମା ନିକଟରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାର୍ଯ୍ୟ ତଦାରଖ କରିଥିଲେ । କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସୀମା ନିର୍ଦ୍ଧାରଣ ନିମନ୍ତେ ତ୍ରିଶିଳା ପଥର ଚିହ୍ନଟ କରିବା ଓ ଚିହ୍ନଟ ହୋଇ ପାରୁନଥିବା ସମସ୍ତ ସୀମା ନିର୍ଦ୍ଧାରଣ ପଥର ଆଦିର ପୁନଃ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦେଇଥିଲେ । ବ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନ ବର୍ଷାଦିନ  ଆରମ୍ଭ ହୋଇଥିଲା ଯୋଗୁଁ ଶୀଘ୍ର କାର୍ଯ୍ୟ ସରିବା ନିମନ୍ତେ ତହସିଲଦାର, ଗୁଣପୁର ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଜେ ସୋନାଲ, ଗୁଣପୁର ପ୍ରକଳ୍ପ ପ୍ରଶାସକ ଗୋରା ଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.