ମରାମତି କାମ ନିମ୍ନ ମାନର ଅଭିଯୋଗ: ମାତ୍ର ପାଞ୍ଚ ଦିନ ମଧ୍ୟରେ ରାସ୍ତାରୁ ଉଠିଲା ପିଚୁ

ଲାଞ୍ଜିଗଡ: ଗ୍ରାମାଞ୍ଚଳକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ପାଇଁ ସରକାର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ଠିକାଦାର ମାନଙ୍କର ଲାଭଖୋର ନିତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ ବ୍ଲକରେ ବର୍ତ୍ତମାନ ପଞ୍ଚାୟତ ମାନଙ୍କରେ ପ୍ରଧାନ ମନ୍ତ୍ରୀ ରାସ୍ତା କାମ ଚାଲିଥିବା ବେଳେ ଆଜି ଏଭଳି ଏକ ନିମ୍ନ ମାନର କାମ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼-ବିଶ୍ୱନାଥପୁର ପିଡବ୍ଲୁଡି ରାସ୍ତାଠାରୁ ହରେକୃଷ୍ଣପୁର ଗାଁକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାର ପିଚୁ କାମ। ଏହି କାମ ନିମ୍ନମାନର ଚାଲିଥିବା ନେଇ ହରେକୃଷ୍ଣପୁର ଗାଁ ଲୋକେ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu


ସୂଚନା ମୁତାବକ ଲାଞ୍ଜିଗଡ଼ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାଠାରୁ ହରେକୃଷ୍ଣପୁର ଗାଁକୁ ୧ କିମି ୬୦୦ ମିଟର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହା ୧ ମାର୍ଚ୍ଚ ୨୦୧୦ ମସିହାରେ ଆରମ୍ଭ ହୋଇ ଥିବା ବେଳେ ୫୬ ଲକ୍ଷ ୩୦ ହଜାର ଟଙ୍କା ବେୟ ଅଟକଳରେ ତିଆରି ହୋଇଥିବା ଏହି ରାସ୍ତା ମାତ୍ର ଢେଡ଼ ବର୍ଷ ମଧ୍ୟରେ ପିଚୁ ଉଠି ଯାଇଥିଲା। ଏହାର ମରାମତି ପାଇଁ ସମୟସୀମା ୩ ମାର୍ଚ୍ଚ ୨୦୧୫, ୫ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ଗାଁ ଲୋକ ବାରମ୍ବାର ଯନ୍ତ୍ରୀ ଓ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହିବି ଗାଁ ଲୋକଙ୍କ ଗୁହାରି ଶୁଣିନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ସେହି ଖାଲଖମାରେ ଭର୍ତ୍ତି ପିଚୁ ରାସ୍ତାରେ ଦୀର୍ଘ ବର୍ଷ ଧରି ବହୁ କଷ୍ଟରେ ଲୋକେ ଯାତାୟାତ କଲା ପରେ ଚଳିତ ବର୍ଷ ୨୦୨୧ରେ ମରାମତି ପାଇଁ ୧୦ ଲକ୍ଷ ୬୧୧୮୬ ଟଙ୍କା ବେୟ ଅଟକଳ ମୂଲ୍ୟରେ ପିଚୁ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ ମିଟର ରାସ୍ତା କାମ ଶେଷ ହୋଇଛି।

Pearl dental clinic
Near Ashish Medical Store, Bhawanipatna


ଏହି ରାସ୍ତା ପିଚୁ କାମ ନିମ୍ନ ମାନର ହେଉଥିବା ଯୋଗୁଁ ମାତ୍ର ପାଞ୍ଚ ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠିଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।  ଏହି୧ କିମି ୬୦୦ ମିଟର ରାସ୍ତା କାମକୁ ନାନୁ ଅଗ୍ରୱାଲ ବୋଲି ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ଉକ୍ତ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଓ ଅତି ନିମ୍ନ ମାନର କାମ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାସ୍ତାରୁ ଠିକ୍ ଭାବେ ଧୂଳି ସଫା ନ କରି ଧୂଳି ଉପରେ ପିଚୁ ପକାଯାଉ ଥିବା ଯୋଗୁଁ ମଟର ସାଇକେଲ ତଥା ଲୋକ ଚାଲିଲେ ରାସ୍ତାରୁ ପିଚୁ ବାହାରି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ କାମ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ବଶନ୍ତ ବେହେରାଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରି ଥିଲେ ମଧ୍ୟ ଫୋନ ଉଠାଇ ନଥିଲେ। ଏଥିପ୍ରତି କଳାହାଣ୍ଡି ଜିଲ୍ଲା ଦାଇତ୍ୱରେ ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ହରେକୃଷ୍ଣପୁର ଗାଁ ଲୋକେ ଦାବି କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.