ସ୍ୱଦେଶୀ ଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ ବିଶ୍ୱ ଜାଗୃତି ଦିବସ

● ପେଟେଣ୍ଟ ମୁକ୍ତ ଟୀକାକରଣ ଓ ଚିକିତ୍ସା ଅଧିକାର ନିମନ୍ତେ ବିଶ୍ଵ ବାଣିଜ୍ୟ ସଂଗଠନକୁ ନିବେଦନ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ସ୍ୱଦେଶୀ ଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ ବିଶ୍ଵବ୍ୟାପୀ ସର୍ବ ସୁଲଭ ଟୀକାକରଣ ଓ ଚିକିତ୍ସା ଅଧିଜାର ଅଭିଯାନର ଶେଷ ଦିବସରେ ବିଶ୍ୱ ଜାଗୃତି ଦିବସ ପାଳନ କରାଯାଇଛି। ସମଗ୍ର ବିଶ୍ୱରେ ପେଟେଣ୍ଟ ମୁକ୍ତ ଟୀକାକରଣ ନିମନ୍ତେ ବିଶ୍ୱ ବାଣିଜ୍ୟ ସଙ୍ଗଠନକୁ ଅନୁରୋଧ କରାଯାଉଛି। ବିଶ୍ୱ ବାଣିଜ୍ୟ ସଙ୍ଗଠନ ପେଟେଣ୍ଟ ଆଇନକୁ ପ୍ରତ୍ୟାହାର କଲେ ଭାରତ ତଥା ଅନ୍ୟ ଦେଶର ଅନେକ କମ୍ପାନୀ ଟୀକା ତିଆରି କରିପାରିବେ। ଯାହାଦ୍ୱାରା ଆଗାମୀ ୬ ମାସ ମଧ୍ୟରେ ବିଶ୍ୱର ୭୦୦ କୋଟିରୁ ଉର୍ଦ୍ଧ୍ଵ ତଥା ଭାରତର ୧୦୦ କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କୁ ଟୀକାକରଣରେ ସାମିଲ କରାଯାଇପାରିବ ଓ କରୋନା ମହାମାରୀରୁ ବିଶ୍ୱ ମୁକ୍ତ ହୋଇପାରିବ ବୋଲି ମଞ୍ଚର ପ୍ରନ୍ତୀୟ ସଦସ୍ୟ ମନୋଜ କୁମାର ନାୟକ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ସହ ସଂଯୋଜକ ନକୁଳ ନାୟକଙ୍କ ନେତୃତ୍ୱରେ
ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ କୈଶବ ବିହାରୀ, ନଗର ସମ୍ପର୍କ ପ୍ରମୁଖ ଅବିନାଶ ବେହେରା, ନାଦରାଜ ନାଏକ, ବିକାଶ ପଟେଲ, ନଳିନୀ ରଞ୍ଜନ ବେହେରା, ଦିବ୍ୟମ ବେହେରାଙ୍କ ସମେତ ଡ୍ରାଇଭର ୟୁନିୟନ ଓ ଶ୍ରମିକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.