ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରି ଏକ ନୂତନ ବିକଳ୍ପ ସୃଷ୍ଟି କଲା ବେଦାନ୍ତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଆଲୁମିନିମୟ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତକାରୀ ବେଦାନ୍ତର ଓଡ଼ିଶାର ଝାରସୁଗୁଡ଼ା ପ୍ଲାଂଟ୍ ପକ୍ଷରୁ ଇନ୍‌ହାଉସ୍ ଇଞ୍ଜିନିୟରିଂ ଏବଂ ନବୀକରଣ ଦକ୍ଷତା ଅନ୍ତର୍ଗତ କର୍ମଚାରୀଙ୍କ ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରାଯାଇଛି । କାର୍ବନ ନିର୍ଗମନ ହ୍ରାସ କରାଇବା ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରିବା ଲାଗି ପୁରୁଣା ବାଇକ୍‌ରେ ଲିଥିୟମ୍ ଆୟନ ବ୍ୟାଟେରୀ ଲଗାଯାଇ ସମ୍ପୂର୍ଣ୍ଣ ପ୍ରଦୂଷଣମୂକ୍ତ ଯାନରେ ପରିଣତ କରାଯାଇଛି ।

Omkar Vasthu
Omkar Vasthu

ବେଦାନ୍ତର ଭେହିକିଲ୍ ମେଂଟେନାନ୍ସ୍ ଟିମ୍ ପକ୍ଷରୁ ପୁରୁଣା ବାଇକ୍‌ର ଇଞ୍ଜିନ୍ ଏବଂ ଗିୟରବକ୍ସ୍ ସ୍ଥାନରେ ବ୍ରୁସ୍‌ଲେସ୍ ଡିସି ୭୫୦-ୱାଟ୍ ମୋଟର ସହିତ ଫ୍ରିହ୍ୱିଲ୍ ଏବଂ ଚେନ୍ ସ୍ପ୍ରୋକେଟ୍ ଲଗାଯାଇଛି । ମୋଟରରେ ବାଇକ୍‌ର ପଛ ଚକାକୁ ଘୁରାଇବା ଲାଗି ୪୮ ଭୋଲ୍ଟ-୨୯ ଆମ୍ପିଅର ଲିଥିୟମ୍ ଆୟନ ବ୍ୟାଟେରୀ ଲଗାଯାଇଛି । ଏହାଦ୍ୱାରା ବେଦାନ୍ତ ପକ୍ଷରୁ ରିଡ୍ୟୁସ୍‌, ରିୟୁଜ୍ ଏବଂ ରିସାଇକିଲ୍ ଆଦି ଥ୍ରୀ-ଆର୍ ସହିତ ବର୍ଜ୍ୟ ପରିଚାଳନା କାର୍ଯ୍ୟକୁ ପ୍ରୋତ୍ସାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଇ-ବାଇକ୍‌ର ରକ୍ଷାଣବେକ୍ଷଣ କମ୍ ଏବଂ ଏହାଦ୍ୱାରା କୌଣସି ପ୍ରଦୂଷଣ ସୃଷ୍ଟି ହୋଇ ନ ଥାଏ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଝାରସୁଗୁଡ଼ା ବେଦାନ୍ତ ଲିଃ.ର ସିଇଓ ସି.ଏନ୍‌. ସିଂ କହିଲେ, ବେଦାନ୍ତ ଶ୍ରେଷ୍ଠତମ ଗ୍ରୀନ୍ ମାନ୍ୟୁଫାଚରିଂ ପ୍ରାକ୍ଟିସ୍ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ବିଶେଷଜ୍ଞଙ୍କ ମିଳିତ ସହଯୋଗରେ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସ୍‌ଚାର୍ଜ ଆଦି ଜାରି ରଖିଛି । ଆଧୁନିକ ଜ୍ଞାନକୌଶଳ ଆଧାରରେ କମ୍ପାନୀ ବହୁବିଧ ନବୀକରଣ କାର୍ଯ୍ୟ ମାଧ୍ୟମରେ ୱେଷ୍ଟ୍‌-ଟୁ-ୱେଲଥ୍ ସମ୍ପନ୍ନ କରୁଛି । ଏଥିରେ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି । ସ୍ୱଦେଶୀ ଜ୍ଞାନକୌଶଳ ଆଧାରରେ ଦୀର୍ଘସ୍ଥାୟୀ ସମାଧାନ ଉପଲବ୍ଧ କରାଯାଉଛି । ଗ୍ରୀନ୍ ଇନୋଭେଶନ ଦ୍ୱାରା ସମ୍ପଦର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି । ଆମର ଇଞ୍ଜିନିୟର ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରି ଏକ ନୂତନ ବିକଳ୍ପ ସୃଷ୍ଟି କରିପାରିଛନ୍ତି ।

Udyog Nursery
Udyogi Nursery

ଏ ସମ୍ପର୍କରେ ବେଦାନ୍ତର ଲଜିଷ୍ଟି୍ ପାର୍ଟନର୍ ୟୁନିଲିଫ୍ଟ୍ କାର୍ଗୋ ସିଷ୍ଟମ୍ ପ୍ରା. ଲିଃ.ର ସାଇଟ୍ ଇନଚାର୍ଜ ପ୍ରଜ୍ଞାନ ରାଜ୍ ଦାସ କହିଲେ, ବେଦାନ୍ତ ଏହାର ପରିଚାଳନାରେ ଗ୍ରୀନ୍ ପ୍ରୟାସକୁ ନିରନ୍ତର ଗୁରୁତ୍ୱ ଦେଉଥିବାରୁ ଆମେ ବେଶ୍ ଉତ୍ସାହିତ । ଏଥିରେ ଜ୍ଞାନକୌଶଳର ଉପଯୋଗ, ପ୍ରୋଜେକ୍ଟ ଇନୋଭେଶନ ଏବଂ ପ୍ରୋସେସ୍ ଅପ୍‌ଗ୍ରେଡ୍‌କୁ ଗ୍ରହଣ କରାଯାଉଛି । ଏହା କମ୍ପାନୀର ଶ୍ରେଷ୍ଠ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରତିଶୁତିବଦ୍ଧତାକୁ ରୁଦ୍ଧିମନ୍ତ କରୁଛି ।

ୱେଷ୍ଟ୍‌-ଟୁ-ୱେଲଥ୍ ବେଦାନ୍ତର ବର୍ଜ୍ୟ ପରିଚାଳନା ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ । କମ୍ପାନୀ ପକ୍ଷରୁ ଷ୍ଟିଲ୍ ଇଣ୍ଡଷ୍ଟ୍ରି ପାଇଁ ଡ୍ରୋସ୍‌ରୁ ରେମାଂଟ୍ ଡ୍ରୋସ୍ ମାଧ୍ୟମରେ ଆଲୁମିନିୟମ୍ ପ୍ରସ୍ତୁତ କରିବା ଲାଗି ରୁନାୟା ଏଲ୍‌ଏଲ୍‌ସି ସହିତ ଅଂଶୀଦାର ଭାବେ କାର୍ଯ୍ୟ କରାଯାଉଛି । ଫଳରେ ଡ୍ରୋସ୍‌ର ୧୦୦ ପ୍ରତିଶତ ବ୍ୟବହାର କରାଯାଇ ପାରୁଛି । ସେହିପରି ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌କୁ ସିମେଂଟ୍ ପ୍ରସ୍ତୁତି, ଖଣିର ବ୍ୟାକ୍‌ଫିଲ୍ ଆଦି ବହୁବିଧ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଫ୍ଲାଏ ଆଶ୍‌ରୁ ଇଟା ପ୍ରସ୍ତୁତି ପାଇଁ ସ୍ଥାନୀୟ ମାଇକ୍ରୋ-ଏଂଟ୍ରପ୍ରାଇଜ୍ ସହିତ ମିଳିତ ଭାବେ କାର୍ଯ୍ୟ କରାଯାଉଛି । କମ୍ପାନୀର ପ୍ଲାଂଟ୍ ଅଂଚଳରେ ଶହେରୁ ଅଧିକ ଇଟା ତିଆରି ଏମ୍‌ଏସ୍‌ଏମ୍‌ଇ ସ୍ଥାପିତ ହୋଇଛି । ବାର୍ଷିକ ୫ ଲକ୍ଷ ମେଟ୍ରିକ୍ ଟନ୍ ଫ୍ଲାଏ ଆଶ୍ ଇଟା ତିଆରି ଉଦ୍ୟୋଗ ନିକଟରେ ପହଂଚାଇ ଦିଆଯାଉଛି । ଇଟାର ବ୍ୟବହାର କିଭଳି କରାଯିବ ସେନେଇ କମ୍ପାନୀ ପକ୍ଷରୁ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ସହିତ ମିଳିତ ଭାବେ କାର୍ଯ୍ୟ କରାଯାଇ ବହୁବିଧ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି । ଗ୍ରାମୀଣ ଅଂଚଳରେ ଗାଈଗୋରୁ ପାଳନ, କୃଷି, ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଲୋକଙ୍କ ଆର୍ଥିକ ବିକାଶ ଏହାଦ୍ୱାରା ସମ୍ପନ୍ନ ହୋଇପାରୁଛି ।

ବେଦାନ୍ତ ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ । ଏହାର ବିଶ୍ୱସ୍ତରୀୟ ୧.୬ ଏମ୍‌ଟିପିଏ ଆଲୁମିନିୟମ୍ ସ୍ମେଲଟର ଏବଂ ୩୬୧୫ ଥର୍ମାଲ୍ ପାୱାର ଜେନେରେଶନ୍ ସୁବିଧା ଓଡ଼ିଶାର ଝାରସୁଗୁଡ଼ାଠାରେ ରହିଛି । ବିଶ୍ୱସ୍ତରରେ ଭାରତର ଏହା ଏକମାତ୍ର ୧ ନିୟୁତ ଟନ୍ ଉତ୍ପାଦନକାରୀ କରି ରପ୍ତାନୀ କ୍ଲବ୍‌ରେ ସ୍ଥାନୀତ ହୋଇଛି । ବେଦାନ୍ତର ଝାରସୁଗୁଡ଼ା ପ୍ଲାଂଟ୍ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶ୍ରେଷ୍ଠତମ ଜ୍ଞାନକୌଶଳ, ଯୋଗ୍ୟ ଏବଂ ବହୁବିଧ କାର୍ଯ୍ୟ କରିପାରୁଥିବା କର୍ମଚାରୀଙ୍କ ମାଧ୍ୟମରେ କମ୍ପାନୀ ଦୀର୍ଘସ୍ଥାୟୀ ସବୁଜ ଭବିଷ୍ୟତ ଗଠନରେ ଆଲୁମିନିୟମ୍‌ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.