ମୂଷାନାଳ ଜଗନ୍ନାଥ ମନ୍ଦିର ପାଇଁ ନୂତନ ଗଜପତି ଅଭିଷେକ ଉତ୍ସବ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ନୂତନ ଗଜପତି ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୂତନ ଗଜପତି ଭାବେ ଭବାନୀପାଟଣାର ଦେବାଶିଷ ସିଂ ଦେଓଙ୍କୁ ଚୟନ କରାଯାଇଛି।ଆଜିକୁ ପ୍ରାୟ ୨୮ ବର୍ଷ ହେଲା ମୂଷାନାଳ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ପ୍ରଥମରୁ ଗଜପତି ଭାବେ ସ୍ବର୍ଗତ ଭାଗିରଥି ସିଂ ଦେଓ ଦାଇତ୍ୱ ତୁଲାଇ ଆସୁଥିଲେ। ତାଙ୍କର ଦେହାନ୍ତ ପରେ ଏହି ଦାଇତ୍ୱ ଦେବାଶିଷ ସିଂ ଦେଓ ନେଇଛନ୍ତି। ଏନେଇ ରବିବାର ଦିନ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଦେବାଶିଷଙ୍କ ସହିତ ତାଙ୍କର ଧର୍ମପତ୍ନୀ ଗାୟତ୍ରୀ ସିଂ ଦେଓ ମଧ୍ୟ ଅଭିଷେକ ସମୟରେ ପୂଜାର୍ଚ୍ଚନାରେ ସାମିଲ ହୋଇ ଦାଇତ୍ୱ ତୁଲାଇ ଥିଲେ। ଜଗନ୍ନାଥ ମନ୍ଦିର ପୂଜକ ଜିତେନ୍ଦ୍ର ପାଢ଼ୀ ଅଭିଷେକ କରାଇଥିଲେ।

Omkar Vasthu
Omkar Vasthu


ଏହି ଉତ୍ସବରେ ମୂଷା ନାଳ ଜଗନ୍ନାଥ ମନ୍ଦିର କମିଟିର ସଭାପତି ନିରଞ୍ଜନ ଦୋରା, ସମ୍ପାଦକ ମନୀଷ ମିଶ୍ର, କୋଶାଦକ୍ଷ ମୁକୁନ୍ଦ ଦୋରା, ପୂର୍ବତନ ସଭାପତି ତ୍ରିଲୋଚନ ପାତ୍ର, ପୂର୍ବତନ ସମ୍ପାଦକ ହେମନ୍ତ ଦୋରା, ଉପଦେଷ୍ଟା କମିଟିର ଭାଗିରଥି ଧଙ୍ଗଡାମାଝୀ, ରାଘବ ପାତ୍ର, ମୀନକେତନ ପରିଛା ଓ ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.