କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସଦର ଚିନାବାଡି ପଡିଆ ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ କଳାହାଣ୍ଡି ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଠିତ ହେଇଯାଇଛି । ସଂଘର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ ଶିବାନନ୍ଦ ନାୟକ,ସଂଯୁକ୍ତା ପୁରୋହିତ, ବିକାଶ କ୍ଷମକା ପ୍ରମୁଖ ଯୋଗଦେଇଥିଲେ। ସଂଘର କର୍ଲାମୁଣ୍ଡା, ମ.ରାମପୁର, କେସିଙ୍ଗା ଓ ନର୍ଲା ସାମ୍ବାଦିକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ଦାସ ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ସଂଘ କିପରି ସୁଚାରୁ ରୁପେ ଚାଲିବ ସେ ନେଇ ଆଲୋକପାତ କରିଥିଲେ। ସମ୍ପାଦକ ନବୀନ କିଶୋର ସାହୁ କହିଥିଲେ ଯେ, ସାମ୍ବାଦିକତା ଏକ ସମାଜସେବା ଏବଂ ସମସ୍ତେ ମିଶି କାମ କଲେ ନିଶ୍ଚିତ ଭାବରେ ସଂଘକୁ ମଜବୁତ କରିପାରିବା। ଏଥିରେ କୁଞ୍ଜ ସାହୁ, କାହ୍ନୁ ଚରଣ ସାହୁ, ସନ୍ତୋଷ ବାରିକ, ଗୋପବନ୍ଧୁ ସାହୁ, ଦୁର୍ଯ୍ୟୋଧନ ସାହୁ, କ୍ଷିରୋଦ୍ର ସାହୁ, କ୍ଷିରମଣୀ ସାହୁ, ବାଲକୁମର ସାହୁ, ଭିଷ୍ମ ସାହୁ, ହ୍ରୁଦାନନ୍ଦ ସାହୁ, ସୁର୍ଦଶନ ସାହୁ, ଧର୍ମରାଜ ସାହୁ, ଲଳିତ କୁମାର ସାହୁ, ଧନେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।