ନର୍ଲା: ଗଡିଲାନି ରଥ, ନୀତିକ୍ରାନ୍ତିରେ ସୀମିତ ଘୋଷଯାତ୍ରା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳରେ ୧୪ ଗୋଟି ସ୍ଥାନରେ ପୂର୍ବ ବର୍ଷ ମାନଙ୍କରେ ରଥଯାତ୍ରା ହେଉଥିବା ବେଳେ ଏବର୍ଷ କରୋନା ଯୋଗୁଁ କଟକଣା ଜାରି କରିଛି ପ୍ରଶାସନ। ପୋଲିସର ଉପସ୍ଥିତିରେ ପୂଜକ ଓ ମନ୍ଦିର ପରିଚାଳନା କତ୍ତୃପକ୍ଷ ଶ୍ରୀ ଜୀଉଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରିଥିଲେ। ତେବେ କୈାଣସିବି ସ୍ଥାନରେ ଗଡିନଥିଲା ରଥ। ମାଜିଷ୍ଟ୍ରେଟ ଦାଇତ୍ୱରେ ରହିଥିବା ନର୍ଲା ତହସିଲଦାର ମାନସ ରଂଜନ ତ୍ରିପାଠୀ ଏକ ଭର୍ଚୁଆଲ ବୈଠକ କରି ନର୍ଲା ବ୍ଲକ ର ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ ଠାକୁରଙ୍କ ନୀତି କ୍ରାନ୍ତି ମନ୍ଦିର ଭିତରେ ହେଉ, ମନ୍ଦିରକୁ ବ୍ୟାରିକେଟ କରାଯାଉ ଏବଂ କୌଣସି ବି ଭକ୍ତଙ୍କୁ ମନ୍ଦିର ଭିତରରକୁ ପ୍ରବେଶ ପାଇଁ ବାରଣ କରାଯାଉ। ଠିକ ସେଇୟା ହିଁ ହେଲା।

Omkar Vasthu
Omkar Vasthu


ନର୍ଲାରେ ନୀତି କ୍ରାନ୍ତି ପାଳିତ ହୋଇ ଅନୁଷ୍ଠିତ ହେଲା ଶ୍ରୀ ଜୀଉଙ୍କ ଘୋଷଯାତ୍ରା। ସକାଳେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଦ୍ୱାର ଫିଟା, ମଙ୍ଗଳ ଆଳତୀ, ଖେଚୁଡି ଭୋଗଲାଗି କଲାପରେ ଶ୍ରୀ ଜୀଉଙ୍କୁ ବେଶ କରାଯାଇଥିଲା। ନର୍ଲା ଜଗନ୍ନାଥ ମନ୍ଦିର ସଭାପତି ତଥା ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମନ୍ଦିର କମିଟିର ଉପଦେଷ୍ଟା ତପିନ୍ଦ୍ର ଗୌଡିଆ, ନର୍ଲାର ଗାଁଉଟିଆ ସତ୍ୟନାରାୟଣ ପାତ୍ର ଛେରା ପହଁରା କରିଥିଲେ।
ଏହାପରେ ସୁଦର୍ଶନ, ଗରୁଡ ଓ ତିନି ଠାକୁରଙ୍କୁ ମନ୍ଦିରର ସମ୍ମୁଖରେ ରଖି ପୂଜା ପାଠ କରାଯାଇଥିଲା । ପରେ ଶ୍ରୀ ଜୀଉଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ଗହିଆ ଲାଗି କରାଯାଇଥିଲା। ପଣ୍ଡା ବିଶିକେଶନ ପଣ୍ଡା, ନାରାୟଣ ପଣ୍ଡା, ମଧୁସୂଦନ ପାଢୀ, ହୃଷିକେଶ ପାତ୍ର, ବିମଲ କୁମାର କେଡିଆ, ବିଜୟ ପଣ୍ଡା, ଚୂଳମଣି ଗୌଡ଼ିଆ, ଶମ୍ଭୁ ଜଡା, ସଞ୍ଜୟ ପଣ୍ଡା, ମନ୍ମୟ ଚାନ୍ଦ, ସୁଶାନ୍ତ ଚାନ୍ଦ, ପ୍ରଶାନ୍ତ ପଣ୍ଡା, ସାନକୁନୁ ଚାନ୍ଦ, ମହେଶ ପ୍ରସାଦ ଚାନ୍ଦ, ଅଜୟ ନନ୍ଦ, ମନ୍ମଥ ପୂଝାରୀ, ମନ ସାହୁ, ମୋହନ ଭଟ୍ଟ ପ୍ରମୁଖ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମସ୍ତ ରୀତି ନୀତି ଓ ପୂଜାପାଠ ନର୍ଲା ତହସିଲଦାର ଶ୍ରୀ ତ୍ରିପାଠୀ ଓ ଡ଼ିଏସପି ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ନର୍ଲା ପୋଲିସ୍ ଉପସ୍ଥିତିରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହାପରେ ମନ୍ଦିର ପାଶ୍ୱର୍ରେ ନିର୍ମିତ ବଜାର ଗୃହକୁ ଅସ୍ଥାୟୀ ଭାବରେ କରାଯାଇଥିବା ମାଉସୀ ମା ମନ୍ଦିରରେ ତିନି ଠାକୁରଙ୍କୁ ରଖାଯାଇଥିଲା। ମଉସା, ମାଉସୀ ଚନ୍ଦ୍ରଶେଖର ଚାନ୍ଦ ଦମ୍ପତି ତିନି ଠାକୁରଙ୍କୁ ଅସ୍ଥାୟୀ ମାଉସୀ ମନ୍ଦିରକୁ ପାଛୋଟି ନେଇଥିଲେ। ସେଠାରେ ପୁଣି ଭୋଗଲାଗି ହୋଇଥିଲା। ଅପରାହ୍ନ ୪ ମଧ୍ୟରେ ସରିଯାଇଥିଲା ଭକ୍ତଶୂନ୍ୟ ରଥଯାତ୍ରା। ସମସ୍ତ ନୀତି କ୍ରାନ୍ତି ହେଲା କିନ୍ତୁ ରଥାଋଢ ହେଲେନି ଠାକୁର।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଗତ ବର୍ଷ ମାନଙ୍କରେ ଘୋଷଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ମାନଙ୍କୁ ବାରଣ କରାଯାଇଥିବାରୁ ଜନଶୂନ୍ୟ ପାଲଟିଥିଲା ନର୍ଲାର ଚାରିଛକ ବଡଦାଣ୍ଡ। ମନ୍ଦିର ପରିଚାଳନା କମିଟି, ପୂଜା ପଣ୍ଡା ମାନେ ପୋଲିସ୍ ପହରା ମଧ୍ୟରେ ପାଳନ କରିଥିଲେ ଭକ୍ତଶୂନ୍ୟ ଘୋଷଯାତ୍ରା। କେବଳ ନର୍ଲା ନୁହଁ ବ୍ଲକର ରୁପ୍ରାରୋଡ, ତୁଳାପଡା, ମାଣ୍ଡେଲ, ବୁଢିପଦର ସମେତ ସମସ୍ତ ୧୪ ଗୋଟି ସ୍ଥାନରେ ଚଳିତ ବର୍ଷ ରଥଯାତ୍ରା ଏଭଳି ଭକ୍ତଶୂନ୍ୟରେ ପାଳିତ ହୋଇଥିଲା। ସେହିଭଳି ତୁଲାପଡା, ସେରଗଡ, ବୁଢିପଦର, ସରିଆଁ, ମାଣ୍ଡେଲ, ରୁପ୍ରାରୋଡ ପ୍ରଭୃତି ସ୍ଥାନରେ ମଧ୍ୟ ପହଣ୍ଡି ବିଜେ କରି ମାଉସୀ ଘରକୁ ଗଲେ ହେଲେ ରଥାରୂଢ ହେଲେନି ଠାକୁର ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.