ଓୟୁଜେ କଳାହାଣ୍ଡି ଶାଖାର ଭର୍ଚୁଆଲ ବୈଠକ

କଳାହାଣ୍ଡି,(ହେମନ୍ତ ସାହୁ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଓୟୁଜେ କଳାହାଣ୍ଡି ଶାଖାର ଏକ ଭର୍ଚୁଆଲ ବୈଠକ ଜିଲ୍ଳା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି। ପ୍ରଥମେ ସଭାପତି ସମସ୍ତଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହିତ ଗତକାଲି ହେଇଥିବା ଓୟୁଜେର ବୈଠକ ସଂପର୍କରେ ସୂଚନାଦେବାକୁ ଯାଇ କହିଥିଲେ, ଚଳିତ ବର୍ଷ ଓୟୁଜେ ତାର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ଡ଼ିସେମ୍ବର ମାସରେ ଦୁଇ ଦିନ ଧରି କରିବା ସହିତ ଆମ ଜିଲ୍ଲା ୟୁନିୟନ ମଧ୍ୟ ତାର ଏକ ନିଜସ୍ୱ ଜାଗା ସହିତ ଘର ତିଆରି କରିବାର ଯୋଜନା କରିଛି, ଯାହା ଆଗରୁ କରିବାର ଥିଲା କିନ୍ତୁ କୋଭିଡ଼ କାରଣରୁ ତାହା ସମ୍ଭବପର ହେଇପାରିନାହିଁ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ବ୍ଲକ ୟୁନିୟନର ସହାୟତା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ସାଧାରଣ ସଂପାଦକ ସନ୍ତୋଷ କୁମାର ସିଂହଦେଓ ଗତ କିଛି ମାସ ଭିତରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସମ୍ପାଦକ ଇଙ୍ଗିତ କୁମାର ପଣ୍ଡା ମଧ୍ୟ ସୁବର୍ଣ୍ଣ ଜୟନ୍ତୀରେ ଜିଲ୍ଲାର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସଂଗଠନ ସଂପାଦକ ଅଂଶୁମାନ ପାତ୍ର, ବରିଷ୍ଠ ସଭ୍ୟ କିଶୋର କୁମାର ନାଏକ, ଗଜୀନ୍ଦ୍ର ସାହୁ, ସୁନୀଲ କୁମାର ଧଙ୍ଗଡ଼ାମାଝୀ, ନିରଞ୍ଜନ ଗୌଡ଼, ସୁଶାନ୍ତ ଦଳେଇ, ଭଜଶ୍ୟାମ ସାହୁ, ଉଦ୍ଧବ ପଣ୍ଡା, ପ୍ରଦୀପ କୁମାର ସାହୁ, ଜଗଦୀଶ ନାଏକ ଏବଂ ହେମନ୍ତ ସାହୁ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.