କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା

● ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତି

ରାୟଗଡ, (ଶିବ ନାରାୟଣ ଗୈାଡ): ଓଡିଆଙ୍କ ଆରଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ତହସିଲଦାର ତଥା ଦେବତର ଅଧିକାରୀ ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ ।

Omkar Vasthu
Omkar Vasthu


ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବା ପରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳ ଆଳତୀ, ମଇଲମ, ପ୍ରାତଃ ଆଳତୀ ପରେ ଗୋପାଳବଲ୍ଳଭ ଭୋଗ,ଖେଚେଡି ଭୋଗ,ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତ ବିରଂଚି ନାରାୟଣ ଦାଶଙ୍କ ପୈାରାହିତ୍ୟରେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା । ପୂର୍ବାହ୍ନ ସାଢେ ଦଶଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି କରାଯାଇ ମନ୍ଦିର ବେଢା ପରିସରରେ ନିର୍ମିତ ଅସ୍ଥାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମଣ୍ଡପରେ ବିରାଜମାନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ପବିତ୍ର ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଆଜି ସକାଳ ୬ଟାରୁ ଆସନ୍ତା ୨୧ତାରିଖ ସକାଳ ୬ଘଂଟା ପର୍ଯ୍ୟନ୍ତ ମନ୍ଦିରରୁ ୫ଶହ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ବ୍ୟକ୍ତି ହେବା ଓ ଚଳପ୍ରଚଳ ଉପରେ ନିଷେଧାଦେଶ ଜାରି କରାଯିବା ସହ ୧୪୪ଧାରା ନିୟମ ଲାଗୁ କରାଯାଇଛି । ତେବେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା କାର୍ଯ୍ୟକ୍ରମକୁ ଇଂ.ବ୍ୟୋମକେଶ ମହାନ୍ତିଙ୍କ ଶ୍ରଦ୍ଧା ଏଂଟରଟେନ୍‌ମେଂଟ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବାରୁ ଶତାଧିକ ଲୋକେ ଏହା ଦେଖିପାରିଥିଲେ । ସେବାୟତ ବାପି ତ୍ରିପାଠୀ, ତ୍ରିନାଥ ଦାସ, କୃଷ୍ଣଚନ୍ଦ୍ର ଦାସ, ପ୍ରଶାନ୍ତ ନନା, ମହେନ୍ଦ୍ର ରଥ, ସୁଜିତ ପଣ୍ଡା, ସନ୍ତୋଷ ଦାଶ, ମନୋଜ ଦାଶ, ବୃନ୍ଦାବନ ମିଶ୍ର, ରାମ ରଥ, ରଂଜନ ରଥଙ୍କ ସମେତ ଅନ୍ୟ ସେବାୟତମାନେ ଯୋଗ ଦେଇ ନୀତିକାନ୍ତ ପାଳନରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.