କରୋନା କଟକଣା ଲାଗି ଖାଁ ଖାଁ ଗୋଲାମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର

● ମହାବାହୁଙ୍କ ସ୍ୱାପ୍ନାଦେଶ ପରେ ନିର୍ମାଣ ହୋଇଛି ମନ୍ଦିର ଓ ତିନି ରଥ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ୧୯୭୦ ମସିହାରେ ଗୋଲାମୁଣ୍ଡା ଗ୍ରାମରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ଏକ କୁଡିଆ ଘରେ ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଠ କରାଯାଉଥିଲା । ତାପରେ ଗୋଲାମୁଣ୍ଡା ଗ୍ରାମର ସ୍ୱର୍ଗତ ଜେମା ନାଏକଙ୍କ ପିତା ସ୍ୱର୍ଗତ ଗଣପତି ନାଏକଙ୍କୁ ମନ୍ଦିର ନିର୍ମାଣ ପାଇଁ ସ୍ୱପ୍ନାଦେଶ ଦେଇଥିଲେ ପ୍ରଭୂ ଶ୍ରୀ ଜଗନ୍ନାଥ । ଏହାପରେ ମନ୍ଦିର କାର୍ଯ୍ୟ ଆରମ୍ଭ କରିବା ପାଇଁ ୧୯୭୨ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ଦିର୍ଘ ପନ୍ଦର ବର୍ଷର ପରିଶ୍ରମ ପରେ ୧୯୮୭ ମସିହା ତ୍ରୟୋଦଶୀ ଶୁକ୍ଳପକ୍ଷ ଏକାଦଶୀ ବୁଧବାର ଦିନ ମନ୍ଦିର ପ୍ରତିଷ୍ଠା କରାଗଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତିନିଠାକୁର ଗୋଲାମୁଣ୍ଡାଠାରେ ଥିବା ମନ୍ଦିରରେ ପୁଜାର୍ଚ୍ଚନା ହୋଇ ଆସୁଛନ୍ତି ।


୧୯୮୭ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କେବଳ ଗୋଟିଏ ରଥରେ ତିନିଠାକୁର ବିରଜମାନ କରି ମାଉସି ମାଁ ଘରକୁ ବିରାଜମାନ କରୁଥିଲେ । କିନ୍ତୁ ୨୦୧୯ ମସିହାରେ ଗୋଲାମୁଣ୍ଡା ଗ୍ରାମରେ ତିନିଗୋଟି ପୃଥକ ପୃଥକ ରଥ ନିର୍ମାଣ ପାଇଁ ପ୍ରଭୂ ପୁଣି ସ୍ୱର୍ତ ଜେମା ନାଏକଙ୍କ ଜ୍ୟେଷ୍ଠ ପୁତ୍ର ଚର୍ତୁଭୂଜ ନାଏକଙ୍କୁ ସ୍ୱପ୍ନାଦେଶ ଦେଲେ । ସ୍ୱପ୍ନଦେଶ ଅନୁଯାଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିକଟସ୍ଥ କପାଣି ଗ୍ରାମର କୈଳାସ ବେହେରାଙ୍କ ଜମିରୁ କାଠ ଓ ମଦନପୁର ରାମପୁରରୁ ଦାରୁ କାଠ ଆଣି ତିନିଗୋଟି ରଥ ନିର୍ମାଣ କରାଯାଇଥିଲା ।

ଏହି ପରିପ୍ରେକ୍ଷିରେ ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୨୦୧୯ ମସିହାରେ ପ୍ରଭୁଙ୍କ କୃପାରୁ ତିନିଗୋଟି ରଥ ନିର୍ମାଣ ସଂପୂର୍ଣ୍ଣ ହୋଇ ୩ କି.ମି. ଦୂରତାରେ ନୂତନ ଭାବେ ନିର୍ମାଣ ହୋଇଥିବା ମାଉସୀ ମାଁ ମନ୍ଦିରକୁ ବିରଜମାନ କରୁଛନ୍ତି । ଏଥିରେ ହଜାର ହଜାର ଭକ୍ତ କୋଣ ଅନୁକୋଣରୁ ଆସିଥାନ୍ତି । କିନ୍ତୁ କରୋନା ମହାମାରୀ ଯୋଗୁଁ ଗତ ବର୍ଷ ରଥ ଟଣା କାର୍ଯ୍ୟ ହୋଇ ପାରିଲା ନାହିଁ । ଗତବର୍ଷ କେବଳ ନିତିକାନ୍ତି କରି ବିନା ଭକ୍ତରେ ତିନିଠାକୁରଙ୍କୁ କାନ୍ଧରେ ବସାଇ ଛେରା ପହଁରା କରି ମନ୍ଦିର ପରିଶରରେ ଅସ୍ଥାୟୀ ମାଉସୀ ମାଁ ମନ୍ଦିରକୁ ବିରାଜମାନ କରାଯାଇଥିଲା । ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ବିଗତ ବର୍ଷ ଭଳି କେବଳ ମହାପ୍ରଭୂଙ୍କ ନିତିକାନ୍ତି ବିନା ଭକ୍ତରେ ବିନା ରଥାଯାତ୍ରାରେ ସରିଛି ।

ପ୍ରକାଶଥାଉକି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଗ୍ରାମରେ ହିଁ କେବଳ ତିନି ଗୋଟି ରଥକୁ ଖୋଲା ନଯାଇ ପ୍ରତିଦିନ ପୂଜାର୍ଚ୍ଚନା କରାଯାଇଥାଏ । ଏଥି ପାଇଁ ଏହି ମନ୍ଦିର ସ୍ୱତନ୍ତ୍ର ପରିଚୟ ରହିଛି । ଚଳିତ ବର୍ଷ ଜଗନ୍ନାଥ ମନ୍ଦିର ତରଫରୁ ମହାମାରୀ କରୋନା ପାଇଁ ଦାନ ବକ୍ସରେ ଥିବା ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଓ ରେଡକ୍ରସ କଳାହାଣ୍ଡିକୁ ୧୦ ହଜାର ଟଙ୍କା ଲେଖାଏଁ ସମୁଦାର ୨୦ ହଜାର ଟଙ୍କା ପ୍ରଦାନ କରଯାଇଛି । ଏହି କାର୍ଯ୍ୟକୁ ଅଞ୍ଚଳର ଲୋକେ ଖୁବ ପ୍ରସଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.