ଗଡ଼ିଲା ଜନସଂଖ୍ୟା ସଚେତନତା ରଥ

ଲାଞ୍ଜିଗଡ: ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଗଡିଛି ବିଶ୍ୱ ଜନସଂଖ୍ୟା ସଚେତନତା ରଥ। ବ୍ଲକ ଗୋଷ୍ଠିସ୍ୱାସ୍ଥ୍ୟ ଅଧିକାରୀ ଡା. ଭାବାନୀଶଙ୍କର ଲେଙ୍କା ସବୁଜ ପତାକା ଦେଖାଇ ରଥକୁ ଉଦଘାଟନ କରିଥିଲେ। ଏହି ରଥ ବ୍ଳକର ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ବେନଗାଁ ଓ ଲାଞ୍ଜିଗଡ଼ ରୋଡ଼ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ବ୍ଳକର ୨୬ ଗୋଟି ପଞ୍ଚାୟତର ୨୪ ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ୩୭୫ ଗାଁକୁ ପରିକ୍ରମା କରି ସନ୍ତାନ ଜନ୍ମକ୍ଷମ ଥିବା ଦମ୍ପତିମାନଙ୍କୁ ପରିବାର ନିୟୋଜନ ବିଷୟରେ ସଚେତନତା କରିବା ସହ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସଚେତନତା କରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଦିବାକର ପ୍ରଧାନ ପରିଚାଳନା କରିଥିବାବେଳେ ଡା. ନିହାର ରଞ୍ଜନ ସାହୁ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ସମେତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.