କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ପ୍ରାୟୋଜିତ ୭୫ ତମ ଭାରତ ସ୍ୱାଧିନତା ଦିବସ ତଥା ମୁକ୍ତିର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁକୁଲ୍ୟରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଧର୍ମଗଡ ତରଫରୁ ଗୋଲାମୁଣ୍ଡା ବ୍ଲକ କେଗାଁଠାରୁ ଲାଞ୍ଜି ମହେନ୍ଦ୍ରପୁର ପ୍ରଧାନମନ୍ତ୍ରୀ ସଡକ ରାସ୍ତାର ଦୁଇ କଡରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ଦଳେଇଙ୍କ ନିର୍ଦ୍ଦେଶରେ ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂହ ଓ କନିଷ୍ଠ ଯନ୍ତ୍ରୀ ସୁଧାଶୁଂ ଶେଖର ନାୟକ ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରଯାଇଥିଲା। ଆଗାମୀ ଦିନରେ ଧର୍ମଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନରେ ଥିବା ସମସ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଦୁଇ କଡରେ ବୃକ୍ଷ ରୋପଣ କରାଯିବ ଓ ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଭାଗ ସୁତ୍ରରୁ ପ୍ରକାଶ।