ଟ୍ରେନରେ କଟି ବୃଦ୍ଧଙ୍କ ଜୀବନ ଗଲା

ନୂଆପଡା: ସଦର ବ୍ଲକ ଗୋଡଫୁଲା ପଂଚାୟତର ପଟପରପାଲି ଗାଁ ନିକଟରେ ଟ୍ରେନରେ କଟି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି । ମୃତକ ବୃଦ୍ଧ ଜଣକ ହେଲେ ପଟପରପାଲି ଗାଁର ନରେଶ ପ୍ରସାଦ ପଣ୍ଡା(୬୫) । ମଧ୍ୟାହ୍ନରେ ଖରିଆରରୋଡ଼ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ବୃଦ୍ଧ ଜଣକ କୌଣସି କାରଣରୁ ଖରିଆରାରୋଡ଼ ଓ ନୂଆପଡା ରେଲବେ ଷ୍ଟେସନ ମଧ୍ୟସ୍ଥ ପଟପରପାଲି ଗାଁ ନିକଟ ରେଲବେ ଲାଇନକୁ ଚାଲି ଆସିଥିଲେ । ଏହି ସମୟରେ ଟିଟିଲାଗଡରୁ ଏକ ମାଲ ବୋଝେଇ ଟ୍ରେନ ରାୟପୁର ପଟେ ଯାଉଥିଲା । ବୃଦ୍ଧ ଜଣକ ଗୋଟିଏ ଟ୍ରେନ ଲାଇନରୁ ଅନ୍ୟ ଲାଇନକୁ ଚାଲି ଯାଇଥିଲେ । ଏହି ସମୟରେ ବୃଦ୍ଧ ଛିଡା ହୋଇଥିବା ଟ୍ରେନ ଲାଇନରେ ନିଜାମୁଦ୍ଦିନ- ବିଶାଖାପଟଣା ଟ୍ରେନ ହଠାତ ଚାଲି ଆସିଥିଲା । ଏହି ଟ୍ରେନ ଧକ୍କାରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ । ଟ୍ରେନ ଚାଳକ ଟ୍ରେନକୁ ଅଟକାଇ ବୃଦ୍ଧଙ୍କୁ ଦେଖିଥିଲେ । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖରିଆରାରୋଡ଼ ରେଲୱେ ପୁଲିସକୁ ଜଣାଇ ଚାଲି ଯାଇଥିଲେ । ଏବେ ରାୟପୁର-ଟିଟିଲାଗଡ଼ ରେଳବେ ପୋଷ୍ଟ ୧୧୩ ପଏଣ୍ଟ ନିକଟରେ ମୃତ ଦେହ ପଡି ରହିଛି । ପୂର୍ବାହ୍ନରେ ଖରିଆରାରୋଡ଼ ରେଲୱେ ପୁଲିସ ଫୋର୍ସ ଭାରପ୍ରାପ୍ତ ଅଧିକାରୀ ମଙ୍ଗଳ ସିଂ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଶବ ଉଠାଇବା ପାଇଁ ଟିଟିଲାଗଡ଼ ଆରପିଏଫକୁ ଜଣାଇ ଦେଇଛି । ସେଠାରୁ ସ୍ବିପରମାନେ ଆସିବା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆରପିଏଫ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.