ଚାରିଛକ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଲଗାଇବାକୁ ଦାବି

କଳାହାଣ୍ଡି, (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାହାଜ ପାଟି ଗ୍ରାମର ନୂଆପଡା ଠାରେ ପନ୍ଦର ଘର ପରିବାର ବସବାସ କରୁଛନ୍ତି। ପଡାବାସୀ ଚାରିଛକ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଲଗାଇବା ପାଇଁ ଦିର୍ଘ ଦିନରୁ ପଞ୍ଚାୟତ ପ୍ରଶାସନଙ୍କୁ ଦାବି କରୁଛନ୍ତି। କିନ୍ତୁ ବିଡମ୍ବନା ଯେ, ଆଜି ପର୍ଯ୍ୟନ୍ତ ଲାଗି ପାରୁନାହିଁ। ସେହି ରାସ୍ତା ଦେଇ ଗ୍ରାମର ସମସ୍ତ ପୁରୁଷ ମହିଳା ମାନେ ଯାତାୟାତ କରିଥାନ୍ତି। ଚାରିଛକରେ କୌଣସି ଲାଇଟ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ଶୂନଶାନ ହୋଇ ପଡୁଛି। ଫଳରେ ଚୋରି ତଥା ଅସାମାଜିକ କାର୍ଯ୍ୟ ବଢୁଛି। ଏପରିକି ଲୋକେ ଉକ୍ତ ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ସୂଚନା ମୁତାବକ ଚାରି ଛକରେ ଥିବା ଭିକାରି ଚରଣ ଚୌଧୁରୀଙ୍କ ଦୋକାନ ଦୁଇଥର ତାଲା ଭାଙ୍ଗି ଗତ କିଛି ଦିନ ପରେ ଚୋରି ହୋଇଥିବା ଓ ଅନ୍ଧାର ହେତୁ ସାଇକେଲ ଚୋରି କରି ନେଇ ଯାଇଥିବା ଘଟଣା ସାମ୍ନା ଅଞ୍ଚଳରେ ବେଶ ଚର୍ଚାର ବିଷୟ ପାଳଟିଛି। ପଞ୍ଚାୟତ ତରଫରୁ ବିଭିନ୍ନ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଲଗାଯାଇଥିଲେ ସୁଦ୍ଧା ଉକ୍ତ ଚାରି ଛକ ନୂଆପଡା ରାସ୍ତାରେ ଏପର୍ଯ୍ୟନ୍ତ ଷ୍ଟ୍ରୀଟ ଲାଇଟ ଲଗାଯାଇ ନାହିଁ। ଉକ୍ତ ରାସ୍ତାଟି ନୂଆପଡା ତଥା ଗାଁର ସମସ୍ତଙ୍କ ପାଇଁ ମୁଖ୍ୟ ଚଲା ବାଟ ହୋଇଥିବାରୁ ନୂଆପଡା ଚାରିଛକ ରାସ୍ତାରେ ତୁରନ୍ତ ଷ୍ଟ୍ରୀଟ ଲାଇଟ ଲଗାଇ ବାକୁ ନୂଆପଡା ତଥା ସମସ୍ତ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଝଷନେତ୍ରୀ ଭୋଇଙ୍କୁ ପଚାରିବାରୁ ଖୁବ ଶୀଘ୍ର ଷ୍ଟ୍ରୀଟ ଲାଇଟ ଲଗାଯିବ ଏ ବିଷୟରେ ବିଡିଓଙ୍କୁ ଅବଗତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.