ନର୍ଲାରୋଡ ଶିବ ମନ୍ଦିରରେ ଛାତ୍ର ବିଜେଡିର ବୃକ୍ଷରୋପଣ

ଆଗକୁ ହେବ ମନୋରମ ପାର୍କ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିସରରେ ନର୍ଲା ଛାତ୍ର ବିଜେଡି ସଭାପତି ଓମପ୍ରକାଶ ପୁଝାରୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ନର୍ଲା ଛାତ୍ର ବିଜେଡି କର୍ମୀ ଓ ବିଜେଡିର ସଦସ୍ୟ ମାନେ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସହ ଏକ ଭର୍ଚ୍ଚୁଆଲ ମିଟିଂ କରିଥିଲେ। ଏହାପରେ ବିଜେଡିର ବରିଷ୍ଠ ନେତା ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନଙ୍କ ମାର୍ଗଦର୍ଶନ କ୍ରମେ ଛାତ୍ର ବିଜେଡି ସଭାପତି ଶ୍ରୀ ପୁଝାରୀଙ୍କ ନେତୃତ୍ୱରେ ବିଜୟ ସାମଲ, ଲୋକନାଥ ଭୋଇ, ସୌମ୍ୟରଞ୍ଜନ ପରିଡା, ମଣ୍ଟୁ ନାଏକ, ରାଜୁ ଗଉଡ, ଆଶିଷ ରାଉତ, ଆଶିଷ ପଟେଲ, ବିକାଶ ମାଝୀ, କହ୍ନେଇଆ ଜୈନ, ଗୁଡ୍ଡୁ ପାଲ, କିସନ ସାହୁ, ସୁମ ଦୁର୍ଗା, ଅନୀଲ ନାଏକ, ସୁରଜ ଦାସ୍, ଅକ୍ଷୟ କୁମାର ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରି ଆମ୍ବ, କାଜୁ, ଜାମୁକୋଳି, କଦମ୍ବ, ପଣସ ପ୍ରଭୃତି ବୃକ୍ଷଚାରା ରୋପଣ କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ନର୍ଲାରୋଡର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଲାଣ୍ଡି ଡୁଙ୍ଗୁରୀ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିସରରେ ଆଗରୁ ଜଙ୍ଗଲି ଗଛ ଲିମ୍ବ, ଶାଳ, ପିଆଶାଳ, ପଲାସ ପ୍ରଭୃତି ବୃକ୍ଷ ରହିଥିଲା। ଗତ ଦୁଇବର୍ଷ ଧରି ସେସବୁ ଜଙ୍ଗଲି ଗଛକୁ କାଟି ଗତବର୍ଷ ୨୦୦ ସାବୁଆନ ଚାରା ୧୦୦ କଦମ୍ବ ଗଛ ରୋପଣ କରାଯାଇଥିଲା। ଚଳିତ ବର୍ଷ ଜନସାଧାରଣଙ୍କ ଆଗ୍ରହ କ୍ରମେ ମନ୍ଦିରର ପଶ୍ଚିମ ପାଶ୍ୱର୍ରେ ଆମ୍ବ ଚାରା ସବୁ ଲଗାଯାଇଛି। ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଆଗକୁ ନର୍ଲା ପଞ୍ଚାୟତ ସମିତି ତରଫରୁ ଏଠାରେ ପାଞ୍ଚଲକ୍ଷ ବ୍ୟୟରେ ଏକ ମନୋରମ ପାର୍କ କରାଯିବ ବୋଲି ସୂଚନା ମିଳିଛି।ନର୍ଲାରୋଡ ଶିବ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି ନର୍ଲା ବିଧାୟକ ଭୁପିନ୍ଦର ସିଂ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.