ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବାହାରୁଛି ଦୁର୍ନୀତିର ଗନ୍ଧ!

ସିଂହଭାଗ ସୋଲାର ଜଳଯୋଗାଣ ପ୍ରକଳ୍ପ କୋମା ଅବସ୍ଥାରେ

ଜଳଯୋଗଣ ପ୍ରକଳ୍ପ ନିର୍ମାଣରେ ଅନିୟମିତତା ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

ଜୁନାଗଡ଼: ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ସରକାରଙ୍କ ‘ବସୁଧା’ ଏକ ଉତ୍ତମ ଯୋଜନା ଭାବେ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ତେବେ ଏହି ଯୋଜନା ଜୁନାଗଡ ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ତା’ର ବାସ୍ତବ ଲକ୍ଷ୍ୟଠାରୁ ଦୁରେଇ ଯାଇଥିବା ପରିଲକ୍ଷିତ ହେଉଛି। ଏଥିରେ ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଠିକାଦାର ପୋଷଣ ନିତି ଓ ନିମ୍ନ ମାନର କାମ ଯୋଗୁଁ ଜନସାଧାରଣ ଏହି ପ୍ରକଳ୍ପର ପ୍ରକୃତ ଲାଭ ପାଇପାରୁ ନାହାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ ବ୍ଲକର ସାନ ଡୁମେରବହାଲ ଗ୍ରାମରେ ନିର୍ମାଣଧୀନ ଜଳ ଯୋଗାଣ ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପରେ କୌଣସି ସୂଚନା ଫଳକ ନାହିଁ। ଲୋକଙ୍କୁ ପ୍ରକଳ୍ପ ନିର୍ମାଣ ବିଷୟରେ କୌଣସି ବିଷୟ ଜଣାନାହିଁ। ପାଇପ ବିଛାଇବା ପାଇଁ ଖୋଲା ଯାଇଥିବା ନାଳ ସଠିକ ଭାବେ ପୋତା ଯାଇନାହିଁ। ଶ୍ରମିକଙ୍କ କାମ କରିଥିବା ଟଙ୍କା ଦୁଇମାସରୁ ଉର୍ଦ୍ଧ୍ବ ହେବ ମିଳିପାରି ନାହିଁ। ନିଜର ଶ୍ରମପ୍ରାପ୍ୟ କେବେ ମିଳିବ ବୋଲି ସେମାନେ ଚିନ୍ତିତ ଅବସ୍ଥାରେ ରହୁଛନ୍ତି। ବାହାର ରାଜ୍ୟର ଶ୍ରମିକ ମାନେ ମଧ୍ୟ ଏହି ପ୍ରକଳ୍ପରେ କାର୍ଯ୍ୟ କରି ତାଙ୍କର ପ୍ରାପ୍ୟ ବହୁ ଦିନ ହେବ ପାଇଁ ନ ଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ଶ୍ରମ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଲେ ଶ୍ରମିକମାନେ ଉପକୃତ ହୁଅନ୍ତେ।

Udyog Nursery
Udyogi Nursery

ଅନ୍ୟପକ୍ଷରେ ଜୁନାଗଡ଼ ବ୍ଲକର ସୋଲାର ଜଳଯୋଗଣ ପ୍ରକଳ୍ପରୁ ସିଂହ ଭାଗ କୋମା ଅବସ୍ଥାରେ ରହିଛି। ଏହି ପ୍ରକଳ୍ପରେ ଅନେକ ତୃଟି ବିଚ୍ୟୁତି ରହିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଲୋକେ ଠିକ୍ ଭାବେ ପାନୀୟଜଳ ପାଇପାରୁ ନଥିବା ଅଭିଯୋଗ ଆସିଛି।ବିଭାଗୀୟ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ବିଲ ନେଇ ଛୁ ମାରୁଥିବାବେଳେ, ଲୋକେହିଁ ସମସ୍ୟା ଭୋଗୁଛନ୍ତି। ବାରମ୍ବାର ଅଭିଯୋଗ ଆସିଲେ ନାଁକୁ ମାତ୍ର ମରାମତି କରାଯାଉଥିବା ଜନତା କହୁଛନ୍ତି। ତେବେ କିଛି ଦିନ ପରେ ପ୍ରକଳ୍ପର ଅବସ୍ଥା ଯେଉଁ ତିମିରକୁ ସେହି ତିମିରେ। ତେଣୁ ଗ୍ରାମ୍ୟଜଳଯୋଗଣ ବିଭାଗର ନିର୍ମାଣ କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.