କନ୍ଧସାରଲୀ ବ୍ରିଜ ନିର୍ମାଣ ଦାବୀ

ଲାଞ୍ଜିଗଡ: ବଣ ପାହାଡ ଘେରା ଲାଞ୍ଜିଗଡ ବ୍ଲକର ଅନେକ ଅଞ୍ଚଳ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଆଦି ବିବିଧ ସମସ୍ୟା ମଧ୍ୟରେ ଛନ୍ଦି ହୋଇପଡିଛି।ସ୍ଵାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଦୁର୍ଗମ ଅଞ୍ଚଳକୁ ସଡକ ଯୋଗାଯୋଗ ସାତସପନ ପାଲଟିଛି। ଯୋଜନା ପରେ ଯୋଜନା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବେଳେ ଯୋଗାଯୋଗ ନଥିବା ଯୋଗୁଁ ବିକାଶ ଏହି ଅଞ୍ଚଳରେ ଠପ୍ ହୋଇ ପଡ଼ିଛି। ଗତ ୪୦ ବର୍ଷ ହେଲା କନ୍ଧସାରଲୀ ଗାଁ ନିକଟସ୍ଥ ନାଳରେ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବ୍ରିଜ ନିର୍ମାଣ ହୋଇପାରୁନାହିଁ। ଫଳରେ ବର୍ଷା ଦିନେ ରୋଗୀ, ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅଧିନସ୍ତ କନ୍ଧସାର୍ଲୀ ଗାଁ ଲୋକେ ଆରଡି ରାସ୍ତାକୁ ଯିବାକୁ ହେଲେ ଗାଁ ନିକଟରେ ଏକ ବଡ ନାଳ ଡେଇଁକି ଯିବାକୁ ପଡ଼ିଥାଏ। କନ୍ଧସାର୍ଲୀ ବ୍ୟତୀତ ଉକ୍ତ ରାସ୍ତାରେ ଦୋରା ସାର୍ଲୀ, ବାରିଗୁଡା, ସିର୍କିଝୋଲା, ଫଣସଗୁଡ଼ା, ପଟାଙ୍ଗପଦର, ବାଲିଭଟା, ଥୁଆନାର, ସୋରଗୁଡା ଆଦି ନଅ ଖଣ୍ଡ ଗାଁର ପ୍ରାୟ ୨ ହଜାରରୁ ଅଧିକ ଲୋକେ ଯାତାୟତ କରିଥାନ୍ତି। ବର୍ଷା ଦିନେ ଏହି ନଅ ଖଣ୍ଡ ଗାଁ ଲୋକେ ଜଳବନ୍ଦୀ ଭାବରେ ଜୀବନ ଯାପନ କରିଥାନ୍ତି। ଆଜିକୁ ୪୦ ବର୍ଷ ହେଲା ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ପ୍ରଶାସନ ତଥା ଜନପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ବିଶେଷକରି ବର୍ଷା ଦିନରେ ଯାତାୟତ କରିବାକୁ ବହୁତ କଷ୍ଟକର ହୋଇ ପଡ଼ିଥାଏ। ମଝିରେ ବଡନାଲ ଓ ଦୁଇ ପଟେ ବଡ ବଡ ଘାଟି ରହି ଥିବାବେଳେ ବର୍ଷା ହେଲେ ନାଳରେ ପାଣି ବଢ଼ି ଯିବା ଫଳରେ ଦୁଇ ପକ୍ଷ ନାଳ କୂଳରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ରାସ୍ତା କାଦୁଅ ପଚପଚ ହୋଇଯାଇଥାଏ। ଯାହା ଫଳରେ ଖାଲି ପାଦରେ ଚାଲିକି ଯିବା ମଧ୍ୟ ସମ୍ଭବ ହୋଇନଥାଏ ବୋଲି କନ୍ଧସାରଲୀ ଗାଁ ଲୋକେ ମତପ୍ରକାଶ କରିଛନ୍ତି। ତେବେ ଏହି ବ୍ରିଜ ନିର୍ମାଣ କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ଯଦି ଅତିଶିଘ୍ର ଏହି ବ୍ରିଜ ନିର୍ମାଣ ନହୁଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ତାହାର ଉଚିତ ଜବାବ ଦିଆଯିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.