ରାୟଗଡ ବନଖଣ୍ଡ ଅଧିକାରୀ ରୂପେ ବିଜୟ କୁମାର ପରିଡାଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ବନଖଣ୍ଡ ଅଧିକାରୀ ଭାବେ ଓଡିଶା ବନ ସେବା (ବରିଷ୍ଠ ବର୍ଗ) ବିଜୟ କୁମାର ପରିଡା ନୂତନ ବନଖଣ୍ଡ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତତ୍କାଳୀନ ବନଖଣ୍ଡ ଅଧିକାରୀ ଅଶ୍ୱିନ କୁମାର କରଙ୍କୁ କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସର୍କଲର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଭାବେ ବଦଳି ହୋଇଥିଲା । ତେବେ କିଛି ଦିନ ଧରି ଖାଲି ପଡିଥିବା ପଦବୀକୁ ସହକାରୀ ବନ ସଂରକ୍ଷକ ନିତ୍ୟାନନ୍ଦ ନାୟକ ଅତିରିକ୍ତ ଭାରପ୍ରାପ୍ତ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ବନଖଣ୍ଡ ଅଧିକାରୀ ଶ୍ରୀ ପରିଡାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ରାୟଗଡ ଜିଲ୍ଳାରେ ଥିବା ବନାଚଂଳଗୁଡିକରେ ସଚେତନତା କାର୍ଯ୍ୟକ୍ରମଗୁଡିକୁ ବ୍ୟାପକ କରାଯାଇ ଜଙ୍ଗଲର ସୁରକ୍ଷା ଓ ତାହାର ଯତ୍ନ ସହ ନୂତନ କୃତ୍ରିମ ଜଙ୍ଗଲଗୁଡିକ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ପରିଡା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.