ଯୁଗଧ୍ୱନି ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ସଦସ୍ୟତା ପରିଷଦ ବୈଠକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ଯୁଗଧ୍ୱନି ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ସଦସ୍ୟତା ପରିଷଦ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଡ଼ଃ କାଳନ୍ଦୀ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପସଭାପତି ଜ୍ୟୋତି ରଞ୍ଜନ ଦାଶ, ବାମଦେବ ବେହେରା, ସମ୍ପାଦକ ରମାନାଥ ପର୍ବତ, ସହ ସମ୍ପାଦିକା ନିବେଦିତା ପତି, କୋଷାଧ୍ୟକ ରଜତ୍ କୁମାର ଭାରତୀ, ସଂଯୋଜକ ତ୍ରିନାଥ ପଟ୍ଟନାୟକ, ସଂଯୋଜିକା ସୁମନ ସାହୁଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ଡ଼ଃ ବନଜ ବିଶ୍ୱାଳ, ଡ଼ଃ ନିରୁପମା ମିଶ୍ର, କିଶୋରୀ ମୋହନ କର, ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ, ଆଡ଼ଭୋକେଟ୍ ନୃସିଂହ ଚରଣ ଜେନା ପ୍ରମୁଖ ଏହି କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ଥିଲେ। ଯୁଗଧ୍ୱନି ସାହିତ୍ୟ ସଂସଦ କିପରି ଶ୍ରେଷ୍ଠତା ପ୍ରତିପାଦନ କରିପାରିବ ତଥା ନୂତନ ସାହିତ୍ୟିକ ସାଧକ ତଥା ଯୋଗଜନ୍ମାଙ୍କୁ ସୃଷ୍ଟି କରିବ ସେନେଇ କାର୍ଯ୍ୟକର୍ତ୍ତା ଓ ଅତିଥିମାନେ ନିଜ ନିଜ ମତ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.