ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଦଭବନା ଦିବସ ପାଳିତ

ଗୁଣୁପୁର,୨୧|୮ (ଦିଲୀପ କୁମାର ପଣ୍ଡା): ଗୁଣୁପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ଼ ନୂଆଦିଲ୍ଲୀ ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଓଡିଶା ଆନୁକୂଲ୍ୟରେ ସଦଭାବନା ଦିବସ ୨୦୨୧ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ନାୟକ, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏ ଶ୍ରୀନିବାସ ଆଚାରୀ, ଉପଖଣ୍ଡ ସାମାଜିଜ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ, ସାହାରା ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତ୍ରୀ ତଥା ବରିଷ୍ଠ ଓକିଲ ଜୟଶ୍ରୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଥିଲେ। ଜାତି, ଧର୍ମ, ବର୍ଣ୍ଣ, ବ୍ୟକ୍ତି, ସମ୍ପ୍ରଦାୟ ଆଦି ଉର୍ଦ୍ଧ୍ବରେ ରହି ସମ୍ବିଧାନର ନିୟମ ମୁତାବକ ସମାଧାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଏବଂ କନିଷ୍ଟ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସାହାରା ପରିବାର ପରାମର୍ଶ କେନ୍ଦ୍ରର ସହକାରୀ ପରାମର୍ଶଦାତ୍ରୀ ଗୌରୀ ମହାଙ୍କୁଡ଼ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଚିବ ସ୍ୱାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଗୁଣପୁରର ବହୁ ବ୍ୟୟଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.