ଲାଞ୍ଜିଗଡ଼, ୨୨|୮: ଭାରତୀୟ ଧର୍ମ ସଂସ୍କୃତିରେ ରକ୍ଷା ବନ୍ଧନର ଯଥେଷ୍ଟ ଗୁରୁତ୍ବ ରହିଛି। ଶ୍ରାବଣ ପୂର୍ଣ୍ଣିମା ହେଉଛି ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି। ଏହିଦିନ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବାଳୟରେ ସ୍ବତନ୍ତ୍ର ରିତିନିତି ଅନୁଷ୍ଠିତ ହେଉଥିବା ବେଳେ ଘରେ ଘରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ। ଆଜି ରାକ୍ଷା ବନ୍ଧନ ଅବସରରେ ଭଉଣୀ ମାନେ ନିଜ ଭାଇ ମାନଙ୍କୁ ରାକ୍ଷୀ ବନ୍ଧନ କରି ତାଙ୍କ ଦିର୍ଘ ଜୀବନ ପାଇଁ କାମନା କରିଛନ୍ତି। ସେହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ସମେତ କଳାହାଣ୍ଡି ଜିଲ୍ଲା ସାରା ଏହି ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ବିବାହିତ ଭଉଣୀମାନେ ବାପ ଘରକୁ ଆସି ଭାଇମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ସେହିପରି ଭାବେ କୁମାରୀମାନେ ମଧ୍ୟ ଭାଇ ହାତରେ ବନ୍ଧନ କରିଛନ୍ତି ରକ୍ଷା ସୂତ୍ର। ଏହି ଦିନ ଭାଇ ଭଉଣୀଙ୍କ ପାଇଁ ଏକ ସ୍ବତନ୍ତ୍ର ଦିବସ ହୋଇଥିବାରୁ ବ୍ଲକର ପ୍ରାୟ ପ୍ରତ୍ୟକ ପରିବାରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in