ଭୁବନେଶ୍ୱର, ୨୨|୮: ଫୋକଲୋର୍ ଫାଉଣ୍ଡେସନ ପକ୍ଷରୁ ଆଭାସୀ ମାଧ୍ୟମରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ କାବ୍ୟ ଏବଂ କବିତା ବୈଶିଷ୍ଟ୍ୟ ଉପରେ ଷଷ୍ଠ ୱେବିନାର୍ ଆୟୋଜିତ ହୋଇଯାଇଅଛି। ଏହି ୱେବିନାର୍ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ. ତଥା କବି ରାଜେନ୍ଦ୍ର କିଶୋର ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ ଡ଼ଃ. ରଘୁନାଥ ମେହେର ଏବଂ ବିଶେଷ ବକ୍ତା ଭାବେ ରାୟପୁରର ରବିଶଙ୍କର ବିଶ୍ୱବିଦ୍ୟାଳୟର ପ୍ରଣୟ ବଲ୍ଲରୀର ହିନ୍ଦୀ ଅନୁବାଦକ ଚିତ୍ତରଞ୍ଜନ କର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ବୈଶିଷ୍ଟ୍ୟ ଦର୍ଶାଇଥିଲେ। ଆଲୋଚନାରେ ରାଜେନ୍ଦ୍ର କିଶୋର ପଣ୍ଡା ନିଜ ଅଭିଭାଷଣରେ କବି ଗଙ୍ଗାଧରଙ୍କୁ ଜ୍ୟୋତିର୍ମୟୀ ନାରୀଙ୍କ ଜରିଆରେ ବହୁ ସୁନ୍ଦର ଚିତ୍ରଣ କରି ଜଗତକୁ ନୂତନ ବାର୍ତ୍ତା ପ୍ରଦାନ କରିଥିବା ଉଲ୍ଲେଖ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ରାଜେନ୍ଦ୍ର କିଶୋର ପଣ୍ଡା, ଅଭିମନ୍ୟୁ ଧଳ, ଅଜୟ କୁମାର ମଲ୍ଲିକ, ସରୋଜିନୀ ଶତପଥୀ, ରଞ୍ଜନ ପଣ୍ଡା, ଶିତିକାନ୍ତ ରଥ, ପ୍ରମୋଦ କୁମାର ଦାଶ,ସୁଶାନ୍ତ ଲେଙ୍କା, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଶିବରାମ ମିଶ୍ର, ରଞ୍ଜନ ମୁଦୁଲି, ବିଦ୍ୟାଧର ଦାଶ, ରେଣୁକା ପଶାୟତ, ଅଙ୍କିତା ଶ୍ୱେତପର୍ଣ୍ଣା, ଡ଼ଃ. ବିଜୟ କୁମାର ମିଶ୍ର ପ୍ରମୁଖ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦ରୁ ଉର୍ଦ୍ଧ କବି ଏବଂ କବୟିତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସରଗରମ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼ଃ ମହେନ୍ଦ୍ର କୁମାର ମିଶ୍ର ପରିଚାଳନା କରିଥିଲେ।